ଝିଅ ଆରାଧ୍ୟା ପାଇଁ ସବୁଦିନ ଏହି କାମ କରିଥାନ୍ତି ଐଶ୍ୱର୍ଯ୍ୟା

ପରଦାରେ ଅଭିନେତ୍ରୀ ଏବଂ ବାସ୍ତବ ଜୀବନରେ ମା’ର ଭୂମିକା ଉଭୟଙ୍କୁ ଅତି ସୁନ୍ଦର ଭାବେ କରିଥାନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଫିଲ୍ମ ଏବଂ ନିଜ କାମରେ ବ୍ୟସ୍ତ ଥିଲେ ମଧ୍ୟ ଐଶ୍‌ ଝିଅ ଆରାଧ୍ୟାର ଯତ୍ନ ନେଇଥାନ୍ତି। ଐଶ୍‌ଙ୍କ କହିବାନୁସାରେ, ଝିଅ ହେଉଛନ୍ତି ତାଙ୍କର ପ୍ରଥମ ପ୍ରାଥମିକତା ଏବଂ ସେ ଝିଅ ପାଇଁ ସବୁକିଛି କରିପାରିବେ। ସେ ଯେଉଁଠାକୁ ବି ଯାଆନ୍ତି ଝିଅ ତାଙ୍କ ସହ ରହିଥାଏ। ଐଶ୍‌ ସବୁବେଳେ ଝିଅର ହାତ ଧରିଥିବା ଦେଖିବାକୁ ମଳେ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଐଶ୍‌ ଝିଅର ସମସ୍ତ କାମ ନିଜେ କରିଥାନ୍ତି। ଜନ୍ମ ପରଠାରୁ ସେ ଝିଅର ସମସ୍ତ କାମ ନିଜେ କରିଆସୁଛନ୍ତି। ପ୍ରତିଦିନ ଐଶ୍‌ ଝିଅକୁ ସ୍କୁଲରେ ଛାଡିବାକୁ ଏବଂ ଆଣିବାକୁ ନିଜେ ଯାଇଥାନ୍ତି। ଆରାଧ୍ୟାଙ୍କ ସ୍କୁଲର ପ୍ରତିଟି ସମାରୋହରେ ଐଶ୍‌ ଉପସ୍ଥିତ ରୁହନ୍ତି ଏବଂ ଝିଅକୁ ସମର୍ଥନ ମଧ୍ୟ କରିଥାନ୍ତି।

Share