ଅଭିଷେକ ନା ଆଉ କିଏ? ଐଶ୍ୱର୍ଯ୍ୟାଙ୍କ ଜୀବନରେ ଅଧିକ ଖାସ୍‌ ହେଉଛନ୍ତି…କହୁ କହୁ ଏମିତି କହିଦେଲେ ଅଭିନେତ୍ରୀ

ମୁମ୍ବାଇ: ଶ୍ୱେତା ବଚ୍ଚନ ‘କଫି ଓ୍ବିଥ୍‌ କରଣ’ରେ ଐଶ୍ୱର୍ଯ୍ୟା ରୟଙ୍କୁ ତାଙ୍କ ମା ସମାନ ବୋଲି ସ୍ବୀକାର କରିଥିଲେ। ଐଶ୍ୱର୍ଯ୍ୟା ରୟ ମଧ୍ୟ ନିଜକୁ ଭାଗ୍ୟବାନ ମନେ କରନ୍ତି ଯେ ତାଙ୍କର ତାଙ୍କ ପାଖେ ତାଙ୍କ ଝିଅଆରାଧ୍ୟା ଅଛନ୍ତି। ଆରାଧ୍ୟା ବଚ୍ଚନ ତାଙ୍କ ପ୍ରାଥମିକତାର ଶୀର୍ଷରେ ଅଛନ୍ତି। ଆରାଧ୍ୟା ବଚ୍ଚନଙ୍କ ଜନ୍ମ ପରେ ଐଶ୍ୱର୍ଯ୍ୟା ରୟଙ୍କ ପ୍ରାଥମିକତା ବଦଳି ଯାଇଥିଲା। ସେ ୧୬ ନଭେମ୍ବର ୨୦୧୧ରେ ଏକ ଝିଅକୁ ଜନ୍ମ ଦେଇଥିଲେ, ଯାହାଙ୍କ ସହ ସେ ଆଜି ସମସ୍ତ ପ୍ରମୁଖ ଇଭେଣ୍ଟ, ଶୁଟ ଏବଂ ଛୁଟିକାଟିବାକୁ ଯାଆନ୍ତି । ସମ୍ପ୍ରତି, ଯଦିଓ ସେ ବଚ୍ଚନ ପରିବାର ସହିତ ରାଜକୀୟ ବିବାହରେ ଯୋଗ ଦେଇନଥିଲେ, ତଥାପି ସେ ଆରାଧ୍ୟାଙ୍କ ସହ ଥିଲେ। ଏହି ଚିତ୍ରଗୁଡ଼ିକ ଅନେକ ଗୁଜବ ସୃଷ୍ଟି କରିଥିଲା।

ତାଙ୍କର ପ୍ରାଥମିକତା ବିଷୟରେ କଥାବାର୍ତ୍ତା କରି ଐଶ୍ୱର୍ଯ୍ୟା ରୟ ଏକ ସାକ୍ଷାତକାରରେ କହିଛନ୍ତି, ଏହା ଏପରି କିଛି ଯାହା ସହିତ ମୁଁ ବଢିଛି। ମୁଁ ୧୮ ବର୍ଷ ବୟସରୁ ଅନେକ ଦାୟିତ୍ୱ ପୂରଣ କରିଆସୁଛି । ମୋର ଦିନ ସକାଳ ୫.୩୦ ରୁ ଆରମ୍ଭ ହୁଏ। ଦୀର୍ଘ ଦିନ ଧରି ଏହା ଏହିପରି ହୋଇଆସୁଛି। ଅବଶ୍ୟ, ଆରାଧ୍ୟା ପରେ ମୋର ପ୍ରାଥମିକତା ସଂପୂର୍ଣ୍ଣ ବଦଳି ଯାଇଥିଲା। ସେ ପ୍ରଥମେ ଆସନ୍ତି, ଅନ୍ୟ ଜିନିଷଗୁଡ଼ିକ ତା’ପରେ।

ଐଶ୍ୱର୍ଯ୍ୟା କହିଛନ୍ତି ଯେ ଅଭିଷେକ ଏବଂ ସେ ଚାହାନ୍ତି କି ଆରାଧ୍ୟାଙ୍କୁ ସାଧାରଣ ଜୀବନ ଜିଅନ୍ତୁ। ଅଭିନେତ୍ରୀ ଆହୁରି କହିଛନ୍ତି, ଆରାଧ୍ୟା ଘରେ ଗୀତ ଗାଇ ନାଚନ୍ତି। କେତେବେଳେ ମୋ ଗୀତରେ, ଆଉ କେବେ ତାଙ୍କ ବାପା ଏବଂ ଜେଜେବାପାଙ୍କ ଗୀତରେ। ଆମେ ଆରାଧ୍ୟା ଚାରିପାଖରେ ଏକ ସାଧାରଣ ପରିବେଶ ବଜାୟ ରଖିବାକୁ ଚେଷ୍ଟା କରୁ। ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଡିଭୋର୍ସକୁ ନେଇ ଚର୍ଚ୍ଚା ହେଉଛି। ହେଲେ ଏହାକୁ ନେଇ ଉଭୟ କିଛି ସୂଚନା ଦେଇନାହାନ୍ତି।

Share