ଅଲଗା ହେବେ କି ଅଭିଷେକ-ଐଶ୍ୱର୍ଯ୍ୟା

ବଲିଉଡ୍‌ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ମତଭେଦ ରହିଥିବାର ଖବର ଆସିଛି। ଯଦିଓ ଦୁହେଁ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି ଐଶ୍‌-ଅଭିଷେକଙ୍କ ଦାମ୍ପତ୍ୟ ଜୀବନ ଭଲରେ ଚାଲିନାହିଁ। ତାଙ୍କ ଏକ ନୂତନ ଇନଷ୍ଟାଗ୍ରାମ ପୋଷ୍ଟ ଏହି ଗୁଜବକୁ ଅଧିକ ଖୋରାକ ଯୋଗାଉଛି।
ନିକଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ପିତା କୃଷ୍ଣରାଜ ରାୟଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରି ଅନେକ ଫଟୋ ପୋଷ୍ଟ କରିଥିଲେ। ଏହି ସବୁ ଫଟୋରେ କେବଳ ତାଙ୍କ ଝିଅ ଏବଂ ମା’ ଅଛନ୍ତି, ଅଭିଷେକ କୌଣସି ସ୍ଥାନରେ ନାହାନ୍ତି।
ନିକଟରେ ଐଶ୍‌ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ପୋଷ୍ଟରେ ଜୟା ଏବଂ ଶ୍ୱେତା ବଚ୍ଚନଙ୍କୁ ମଧ୍ୟ ଅଣଦେଖା କରିଥିଲେ।

Share