ବିବାହ ବନ୍ଧନରେ ଐଶ୍ୱର୍ଯ୍ୟା

ବମ୍ବେ: ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟଙ୍କ ଅବିକଳ କୁହାଯାଉଥିବା ମାନସୀ ନାଇକ। ବକ୍ସର ପ୍ରଦୀପ ଖରେରାଙ୍କ ହାତ ଧରିଛନ୍ତି ଏହି ମରାଠି ଅଭିନେତ୍ରୀ। ପୁଣେରେ ଆୟୋଜିତ ସମାରୋହରେ ବିବାହ ସମ୍ପର୍ଣ୍ଣ ହୋଇଛି। ଏହାର ଅନେକ ଫଟୋ ମାନସୀ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

କିଛି ଦିନ ପୂର୍ବେ ଏକ ପୋଷ୍ଟ ଶେୟାର କରି ଚର୍ଚ୍ଚାକୁ ଆସିଥିଲେ ମାନସୀ। ଏହାପରେ ତାଙ୍କୁ ଐଶ୍ୱର୍ଯ୍ୟାଙ୍କ ନକଲ ବୋଲି କୁହାଯାଇଥିଲା। ଏବେ ବିବାହକୁ ନେଇ ବେଶ୍‌ ଖୁସି ଥିବା ସେ କହିଛନ୍ତି। ଯେଉଁଭଳି ଜୀବନସାଥୀ ଚାହୁଁଥିଲେ ସେଭଳି ମିଳିଛି। ଏପରିକି ତାଙ୍କ ପରିବାରଲୋକେ ମଧ୍ୟ ବୋହୂ ଭାବେ ତାଙ୍କୁ ବେଶ୍‌ ପସନ୍ଦ କରୁଛନ୍ତି। ବିବାହ ପରେ ସେ ଫରିଦାବାଦରେ ରହିବେ ବୋଲି ମଧ୍ୟ କହିଥିଲେ।

Share