ରିଲିଜ ପୂର୍ବରୁ ୧୧ କୋଟିରୁ ଅଧିକ ଆୟ କଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ

ମୁମ୍ବାଇ: କିଛିଦିନ ହେବ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ର ଖୁବ୍ ଚର୍ଚ୍ଚା ହେଉଛି । ଖୁବ ବଡ ବଜେଟର ଫିଲ୍ମ ନିର୍ମାଣ କରୁଛନ୍ତି ନିର୍ମାତା । ପ୍ରଶଂସକ ବେଶ କିଛିଦିନର ବ୍ୟବଧାନ ପରେ ଐଶ୍ୱର୍ଯ୍ୟାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ଅପେକ୍ଷା କରିଛନ୍ତି । ଏହାର ରିଲିଜ୍ ଡେଟ ଯେତିକି ପାଖେଇ ଆସୁଛି ଏହାର ଆଡଭାନ୍ସ ବୁକିଂ ବି ବଢି ବଢି ଚାଲିଛି । ରିଲିଜ ପୂର୍ବରୁ ଫିଲ୍ମ ଖୁବ୍ କଲେକଶନ କରି ସାରିଲାଣି ।
ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ’ ସିନେମା ହଲରେ ରିଲିଜ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ୩୦ ସେପ୍ଟେମ୍ବର ଅଥାର୍ତ ଶୁକ୍ରବାର ଏହା ରିଲିଜ ହେବାକୁ ଯାଉଛି । ସାଉଥ୍ ଦର୍ଶକଙ୍କ ନିକଟରେ ଫିଲ୍ମକୁ ନେଇ ଖୁବ୍ କ୍ରେଜ ରହିଛି । ଏହା ଏକ ପ୍ୟାନ ଇଣ୍ଡିଆ ଫିଲ୍ମ । ଅନୁମାନ କରାଯାଉଛି ଫିଲ୍ମକୁ ବକ୍ସ ଅଫିସରେ ଭଲ ରେସପନ୍ସ ମିଳିବ । ତେବେ ରିଲିଜ୍ ପୂର୍ବରୁ ଫିଲ୍ମ କମାଲ କରିଛି ।
‘ପୋନ୍ନିୟିନ ସେଲଭମ’ର ଆଡଭାନ୍ସ ବୁକିଂ ପ୍ରାୟ ୧ ସପ୍ତାହ ଆଗରୁ ଆରମ୍ଭ ହୋଇଯାଇଛି । ଆଡଭାନ୍ସ ବୁକିଂରେ ମୋଟା ଅଙ୍କର ଅର୍ଥ ଆସିଛି । ତାମିଲ ଭର୍ସନରେ ପ୍ରଥମ ଦିନ ପାଇଁ ପ୍ରାୟ ୧୦ କୋଟି ଟିକେଟ ବିକ୍ରି ହୋଇ ସାରିଛି । ସେମିତି ତେଲୁଗୁ, ହିନ୍ଦି ଓ ମଲାୟାଲମ ଭାଷାରେ ଫିଲ୍ମ ପ୍ରାୟ ୧ କୋଟିରୁ ଅଧିକ ଟିକେଟ ବିକ୍ରି ସରିଛି । ଏହାକୁ ଦେଖିଲେ ଫିଲ୍ମର ଆଡଭାନ୍ସ ବୁକିଂ କଲେକଶନ ପ୍ରାୟ ୧୧କୋଟିରୁ ଅଧିକ ରହିଛି ।
ଚଳିତ ବର୍ଷ ରିଲିଜ୍ ହୋଇଥିବା କମଲ ହାସନଙ୍କ ଫିଲ୍ମ ବିକ୍ରମକୁ ବି ଏହା ମାତ୍ ଦେଇଛି । ଏହା ରିଲିଜ୍ ପୂର୍ବରୁ ୧୦ କୋଟି ଆୟ କରିଥିବା କୁହାଯାଉଥିଲା । ତେବେ ହିନ୍ଦି ଭାଷାରେ ଫିଲ୍ମ କେବଳ ୧୮-୨୦ ପ୍ରତିଶତ ଯୋଗଦାନ ଦେଇଛି । ଫିଲ୍ମର ଅଧିକ ଟିକେଟ ସାଉଥରେ ବିକ୍ରି ହୋଇଛି ।

Share