ଅଭିଷେକଙ୍କୁ ନେଇ ଏମିତି କହିଦେଲେ ଐଶ୍ୱର୍ଯ୍ୟା, କହିଲେ ମୁଁ ତାଙ୍କ ପାଇଁ…

ମୁମ୍ବାଇ:ଐଶ୍ୱର୍ଯ୍ୟା ରୟ ଅନେକ ସୁପରହିଟ ଏବଂ ବ୍ଲକ୍‌ବାଷ୍ଟର ଫିଲ୍ମ କରିଛନ୍ତି। ବଲିଉଡରେ ଏକ ସମୟରେ ତାଙ୍କର ଏପରି ଆକର୍ଷଣ ଥିଲା ଯେ ସେ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ। ଅନେକ ସଫଳ ଚଳଚ୍ଚିତ୍ର ଅଛି ଯାହା ତାଙ୍କୁ ଦିଆଯାଉଥିଲା କିନ୍ତୁ ସେ ଏହି ଫିଲ୍ମ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଏବଂ କିଛି ଫିଲ୍ମ ଥିଲା ଯାହା ସେ କରିବାକୁ ଚାହୁଁଥିଲେ କିନ୍ତୁ କିଛି ବାଧ୍ୟବାଧକତା କାରଣରୁ ମନାକରିଦେିଥିଲେ। ତାଙ୍କୁ ୨୦୧୪ରେ ମୁକ୍ତିଲାଭ କରିଥିବା କମେଡି ଆକ୍ସନ ଫିଲ୍ମ ‘ହାପି ନ୍ୟୁ ଇୟର’ କରିବାକୁ ଅଫର ମିଳିଥିଲା କିନ୍ତୁ ଅଭିଷେକ ବଚ୍ଚନଙ୍କ କାରଣରୁ ସେ ଫିଲ୍ମକୁ ମନା କରିଦେଇଥିଲେ। ସେହି କାରଣ କ’ଣ, ଅଭିନେତ୍ରୀ ନିଜେ ପ୍ରକାଶ କରିଛନ୍ତି।

ଅଭିନେତ୍ରୀ ଅଭିଷେକ ବଚ୍ଚନଙ୍କ ସହ ଅନେକ ଚଳଚ୍ଚିତ୍ର କରିଛନ୍ତି, ତେବେ ଫରାହ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହାପି ନ୍ୟୁ ଇୟର’ କରିବାକୁ ସେ କାହିଁକି ମନା କରିଦେଲେ? ଏକ ସାକ୍ଷାତକାର ସମୟରେ ଅଭିନେତ୍ରୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ଅଭିଷେକ ବଚ୍ଚନଙ୍କୁ ଫିଲ୍ମ ଛାଡିବାର କାରଣ କହିଛନ୍ତି। ସେ କ’ଣ କହିଥିଲେ ଆମେ ଆପଣଙ୍କୁ କହିବାକୁ ଯାଉଛୁ…

ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାରରେ ଏହି ଚଳଚ୍ଚିତ୍ରର ଅଫର ବିଷୟରେ କହିଥିଲେ। ସେ କହିଥିଲେ, ହଁ, ମୋତେ ଫିଲ୍ମ ଅଫର କରାଯାଇଥିଲା ଏବଂ ଯଦି ମୁଁ ଏଥିରେ କାମ କରିଥା’ନ୍ତି, ତେବେ ଏହା ଏକ ମଜାଦାର ଯାତ୍ରା ପରି ହୋଇଥାନ୍ତା। ଏହା ବହୁତ ମଜା ହୋଇଥାନ୍ତା, କିନ୍ତୁ ଏହା ମୋ ଏବଂ ଅଭିଷେକ ବଚ୍ଚନଙ୍କ ପାଇଁ କାମ କାମ କରିନଥିଲା। କାରଣ ଫିଲ୍ମରେ ଆମ ଯୋଡି ଏକାଠି ନଥାନ୍ତା। ଫିଲ୍ମରେ ଶାହାରୁଖଙ୍କ ବିପକ୍ଷରେ ଦୀପିକା ପାଦୁକୋନ ଥିଲେ। ଫିଲ୍ମରେ କେବଳ ଜଣେ ମହିଳା ଲିଡ ଥିଲେ ଏବଂ ଅଭିଷେକଙ୍କ ବିପକ୍ଷରେ କେହି ନାହାଁନ୍ତି। ଏହା ମୋର ଏବଂ ଅଭିଷେକଙ୍କ ପାଇଁ ଏହା ଅତ୍ୟନ୍ତ ଅଦ୍ଭୁତ ହୋଇଥାନ୍ତା କାହିଁକି ନା ମୁଁ ଏହି ଫିଲ୍ମରେ ଥା’ନ୍ତି କିନ୍ତୁ ମୋର ଯୋଡି ଅନ୍ୟ କାହା ସହିତ ଥାନ୍ତା। ତେଣୁ ଫିଲ୍ମର କାହାଣୀ ଶୁଣିବା ପରେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲି।

Share