ଅଭିଷେକଙ୍କ ସହ ନିର୍ବନ୍ଧ ରୋକିବାକୁ ଚାହୁଁଥିଲେ ଐଶ୍ୱର୍ଯ୍ୟା! ହେଲା ବଡ଼ ଖୁଲାସା…

ବମ୍ବେ: ଗତ କିଛିଦିନ ଧରି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପରସ୍ପରଠାରୁ ଅଲଗା ହେବାକୁ ଯାଉଥିବା ଚର୍ଚ୍ଚାରେ ରହିଆସୁଛି। ଉଭୟ ଏନେଇ ମୁହଁ ଖୋଲି ନ ଥିଲେ ହେଁ ବଚ୍ଚନ ପରିବାରଠାରୁ ଅଲଗା ରହୁଥିବାରୁ ସନ୍ଦେହ ବଢ଼ୁଛି। ଏହି କ୍ରମରେ ଐଶ୍ୱର୍ଯ୍ୟାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଭିଡିଓକୁ ନେଇ ବିଗ୍‌ ବିଙ୍କ ପରିବାରକୁ ଟ୍ରୋଲ କୁହାଯାଉଛି।

ଭାଇରାଲ ଭିଡିଓଟି ସାକ୍ଷାତକାର ସମୟର। ଏଥିରେ ଐଶ୍ୱର୍ଯ୍ୟା ଅଭିଷେକଙ୍କ ସହ ନିର୍ବନ୍ଧ ଲାଗି ପ୍ରସ୍ତୁତ ନ ଥିବା କହୁଛନ୍ତି। ହେଲେ ହଠାତ୍‌ ତାଙ୍କ ପରିବାର ଅଭିନେତ୍ରୀଙ୍କ ଘରେ ପହଞ୍ଚିବାରୁ ଏହାକୁ ଟାଳି ପାରି ନ ଥିଲେ। ଏହାକୁ ନେଇ ଲୋକେ କହୁଛନ୍ତି ଯେ ସେତେବେଳେ ଶୀଘ୍ର ବୋହୂ କରିବାକୁ ଚାହୁଁଥିଲେ, ଏବେ କିନ୍ତୁ ବୈବାହିକ ଜୀବନକୁ ସମ୍ଭାଳି ପାରୁ ନାହାନ୍ତି।

ତେବେ ପୂର୍ବ ସୂଚନା ନ ଦେଇ ଐଶ୍ୱର୍ଯ୍ୟାଙ୍କ ଘରେ ବଚ୍ଚନ ପରିବାର ପହଞ୍ଚି ଯାଇଥିଲେ। ହଠାତ ତାଙ୍କ ଘରୁ ଫୋନ୍‌ ଆସିବା ଯୋଗୁ ଅଭିନେତ୍ରୀ କ’ଣ କରିବେ ତାହା ଜାଣିପାରି ନ ଥିଲେ। ଅଭିଷେକ ମଧ୍ୟ କିଛି କରିପାରିବେ ନାହିଁ ବୋଲି କହିଥିଲେ। ସେତେବେଳେ ଐଶ୍‌ଙ୍କ ବାପା ସହର ବାହାରେ ଥିଲେ। ସେ କେବଳ ଆସୁଛନ୍ତି ବୋଲି କହିଥିଲେ। ଶେଷରେ ଐଶ୍ୱର୍ଯ୍ୟା ଏହାକୁ ଟାଳିବାକୁ ଚାହୁଁଥିଲେ। ହେଲେ ସବୁକିଛି ଏତେ ଶୀଘ୍ର ହେଲା ଯେ ବାପାଙ୍କ ଅନୁପସ୍ଥିତିରେ ‘ରୋକା’ ହୋଇଥିଲା। ଏହାକୁ ନେଇ ପ୍ରଶଂସକ ବଚ୍ଚନ ପରିବାରକୁ ଟ୍ରୋଲ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତର ୫ ମ୍ୟାଚ୍‌ ହାରି ବି ପ୍ଲେ-ଅଫ୍‌ରେ ପହଞ୍ଚିପାରିବ CSK: ଜାଣନ୍ତୁ କ’ଣ ଅଛି ସମୀକରଣ

ଚେନ୍ନାଇ,୧୨।୪: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ IPL 2025ର ୨୫ତମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହା କୋଲକାତା ନାଇଟ...

ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍‌ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ...

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି

ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି।...

୨୧ରେ ଭାରତ ଆସିପାରନ୍ତି ଜେ.ଡି. ଭାନ୍ସ

ନୂଆଦିଲ୍ଲୀ,୧୨।୪:ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍‌ ଓ୍ବାଲ୍ଟଜ୍‌ ଆସନ୍ତା ୨୧ରୁ ୨୪ ମଧ୍ୟରେ ଭାରତ ଆସିପାରନ୍ତି। ଭାନ୍ସଙ୍କ ସହ ତାଙ୍କ...

ମୋବାଇଲ ଦୋକାନରୁ ଚୋରି ଘଟଣା: ୩୦ ମୋବାଇଲ ସମେତ ୭୧୦୦ ଟଙ୍କା ଜବତ

ଭବାନୀପାଟଣା,୧୨ା୪: କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଶୁକ୍ରବାର ବିଭିନ୍ନ କମ୍ପାନୀର ୩୦ଟି ଚୋରି ମୋବାଇଲ ସମେତ ନଗଦ ୭୧ଶହ ଟଙ୍କା ଜବତ କରିଛି।...

ଦାଦାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଲେ ପୁତୁରା: କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳକଇଁସାରୀ ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image