ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଫରାହ

ଶାହାରୁଖ୍‌ ଖାନ୍‌, ଅମିତାଭ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ମହବତେ’ ରିଲିଜ୍‌କୁ ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ଏହି ଅବସରରେ ଫିଲ୍ମର କୋରିଓଗ୍ରାଫର ଫରାହ ଖାନ୍‌ ଫିଲ୍ମ ସହ ଜଡିତ କିଛି କଥା କହିଛନ୍ତି। ଐଶ୍ୱର୍ଯ୍ୟାଙ୍କୁ ନେଇ ଫରାହ କୁହନ୍ତି, ପେଶରେ ସେ ବହୁତ ପ୍ରଫେଶନାଲ। ବିନା ଅଭିଯୋଗରେ ସେ ସମସ୍ତ ପ୍ରକାର କାମ କରିବାକୁ ପ୍ରସ୍ତୁତ ଥାନ୍ତି। ଫିଲ୍ମର ଶୁଟିଂ ସମୟରେ ଲଣ୍ଡନରେ ହାଡ଼ଭଙ୍ଗା ଶୀତରେ ଐଶ୍‌ ଏକ ନେଟ୍‌ ଶାଢ଼ି ପିନ୍ଧି ଥଣ୍ଡାରେ ଓଦା ହୋଇଯାଇଥିଲେ। କିନ୍ତୁ ସେ କାହାକୁ କିଛି ହେଲେ କହି ନ ଥିଲେ। ଫିଲ୍ମରେ ଶାହାରୁଖ୍‌ ଏବଂ ଐଶ୍‌ଙ୍କ କେମେଷ୍ଟ୍ରୀ ବହୁତ ଭଲ ଜମିଥିଲା ବୋଲି ଫରାହ କହିଛନ୍ତି।

Share