ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା କରିଲେ ଏମିତି କାମ, ହେଉଛି ଭାଇରାଲ

ମୁମ୍ବାଇ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରାୟ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କ ସହ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଅନେକ ମାସ ଧରି ବିବାଦ ଲାଗି ରହିଥିବା ଖବର ଆସୁଛି। କିନ୍ତୁ ଉଭୟ ଏହି ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି। ଉଭୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସେମାନଙ୍କ ସମ୍ପର୍କ ବିଷୟରେ କିଛି କହିନାହାଁନ୍ତି। ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଅନେକ ଇଭେଣ୍ଟରେ ନଜର ଆସିଛନ୍ତି। କିନ୍ତୁ ସେ ଝିଅ ଆରାଧ୍ୟାଙ୍କ ସହ ଥାନ୍ତି। ଅଭିଷେକଙ୍କୁ ତାଙ୍କ ସହିତ କୌଣସି ଇଭେଣ୍ଟରେ ଦେଖିବାକୁ ମିଳେ ନାହିଁ। କିଛି ସମୟ ପୂର୍ବରୁ ଐଶ୍ୱର୍ଯ୍ୟା ଏକ ଇଭେଣ୍ଟରେ ନଜର ଆସିଥିଲେ ଯେଉଁଥିରେ ସେ ତାଙ୍କ ବିବାହ ରିଙ୍ଗ ପିନ୍ଧିନଥିଲେ। ହେଲେ ଏବେ ଐଶ୍ୱର୍ଯ୍ୟାଙ୍କ ହାତରେ ହାତରେ ଏକ ରିଙ୍ଗ ଦେଖାଯାଉଛି। ଯାହା ତାଙ୍କ ବିବାହ ରିଙ୍ଗ ବୋଲି କୁହାଯାଉଛି।

ଐଶ୍ୱର୍ଯ୍ୟାଙ୍କ ପୂର୍ବରୁ ପ୍ରଶଂସକମାନେ ଅଭିଷେକଙ୍କ ହାତରେ ବିବାହ ରିଙ୍ଗ ଦେଖି ନ ଥିଲେ। ଏହା ପରେ ଐଶ୍ୱର୍ଯ୍ୟା ମଧ୍ୟ ଏକ ଇଭେଣ୍ଟରେ ରିଙ୍ଗ ପିନ୍ଧି ନ ଥିଲେ। କିଛି ଦିନ ପୂର୍ବରୁ ଅଭିଷେକ ତାଙ୍କ ବିବାହ ରିଙ୍ଗକୁ ପିନ୍ଧିଥିବାର ନଜର ଆସିଥିଲେ। ବର୍ତ୍ତମାନ ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କ ବିବାହ ରିଙ୍ଗକୁ ପିନ୍ଧିଛନ୍ତି।

ଗତ ବର୍ଷ ପ୍ୟାରିସ ଫ୍ୟାଶନ ଓ୍ବିକ୍‌ରେ ଧମାକା ମଚାଇବା ପରେ ଐଶ୍ୱର୍ଯ୍ୟା ଚଳିତ ବର୍ଷ ମଧ୍ୟ ରେଡ କାର୍ପେଟ ଚାଲିବାକୁ ପ୍ରସ୍ତୁତ ଅଛନ୍ତି। ଝିଅ ଆରାଧ୍ୟାଙ୍କ ସହ ପ୍ୟାରିସ ଫ୍ୟାଶନ ଓ୍ବିକରେ ଯୋଗଦେବା ପାଇଁ ଐଶ୍ୱର୍ଯ୍ୟା ଏହି ସ୍ଥାନରେ ପହଞ୍ଚିଛନ୍ତି। ସେହି ସ୍ଥାନରୁ ଐଶ୍ୱର୍ଯ୍ୟାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କ ହାତରେ ଭି ଆକୃତିର ବିବାହ ରିଙ୍ଗ ସ୍ପଷ୍ଟ ଦେଖାଯାଉଛି।

Share