ଐଶ୍ଚର୍ଯ୍ୟା ପିନ୍ଧିଥିବା ଏହି ଘଣ୍ଟାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ଫିଲ୍ମଠାରୁ ଦୂରରେ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ସମୟ ସମୟରେ ଫଟୋ ଶେୟାର କରିବାକୁ ଆଦୌ ଭୁଲନ୍ତି ନାହିଁ। ତାଙ୍କର ପ୍ରତ୍ୟେକ ପୋଷ୍ଟ ଭାଇରାଲ ହୁଏ। ନିକଟରେ ସେ ରକ୍ଷାବନ୍ଧନ ଅବସରରେ ସେ ଏକ ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଫଟୋରେ ଐଶ୍ୱର୍ଯ୍ୟା ଏକ ସୁନ୍ଦର ଘଣ୍ଟା ପିନ୍ଧିଥିବାର ନଜର ଆସିଛନ୍ତି। ଯାହାର ମୂଲ୍ୟ ଏକ ଲକ୍ଷରୁ ଅଧିକ କୁହାଯାଉଛି। ଐଶ୍ୱର୍ଯ୍ୟା ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋରେ ସେ କଳା ବ୍ଲେଜର ପିନ୍ଧିଥିବାର ନଜର ଆସିଛନ୍ତି। ପ୍ରତ୍ୟେକ ଥର ପରି, ଐଶ୍ୱର୍ଯ୍ୟା ମଧ୍ୟ ଏହି ଅବତାରରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। କିନ୍ତୁ ଏହି ଫଟୋରେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ତାହା ହେଉଛି ଐଶ୍ୱର୍ଯ୍ୟାଙ୍କ ଘଣ୍ଟା। ପ୍ରଶଂସକମାନେ ତାଙ୍କ ଘଣ୍ଟାକୁ ବହୁତ ପ୍ରଶଂସା କରିଛନ୍ତି। ଫଟୋରେ ଐଶ୍ୱର୍ଯ୍ୟା ଲଙ୍ଗିନେସ୍‌ ବ୍ରାଣ୍ଡ ଘଣ୍ଟା ପିନ୍ଧିଛନ୍ତି। ସେ ଗତ କିଛି ବର୍ଷ ଧରି ଏହି ବ୍ରାଣ୍ଡକୁ ପ୍ରମୋଟ କରୁଛନ୍ତି। ଐଶ୍ୱର୍ଯ୍ୟାଙ୍କ ଏହି ଘଣ୍ଟା ହେଉଛି ମେଟାଲିକ ଗ୍ରେ ଲଙ୍ଗିନେସ୍‌ ହାଇଡ୍ରୋକନ୍ସେଭେଷ୍ଟ ଏଡିସନ । ଏହାର ମୂଲ୍ୟ ପ୍ରାୟ ୧,୩୪,୫୦୦.୦୦ ଟଙ୍କା।
ଐଶ୍ୱର୍ଯ୍ୟାଙ୍କୁ ଶେଷ ଥର ପାଇଁ ‘ଫାନି ଖାନ ଫିଲ୍ମରେ ଦେଖିବାକୁ ମିଳିଥିଲା। ସେ ଖୁବ ଶୀଘ୍ର ତାମିଲ ଚଳଚ୍ଚିତ୍ର ‘ପୋନିୟିନ ସେଲଭାନ’ରେ ନଜର ଆସିବେ। ତାଙ୍କ ଫିଲ୍ମକୁ ନେଇ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।

Share