
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର ଟୟୋଟା ଭେଲଫାୟାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି। କାର ଭିତରେ କିଏ ଥିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। କିନ୍ତୁ କାର ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଐଶ୍ୱର୍ଯ୍ୟା କିମ୍ବା ତାଙ୍କ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ଦିଆଯାଇ ନାହିଁ।
ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏହି ଭିଡିଓ ପାପାରାଜି ‘ପରିନ୍ଦର ଚାୱଲା’ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ ଦେଖିବାକୁ ମିଳୁଛି ଯେ, ଏକ କାରକୁ ବସ ଧକ୍କା ଦେଇଛି। ଦାବି କରାଯାଉଛି ଯେ, ଏହା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ କାର ଅଟେ। କାରକୁ ଧକା ମାରିଥିବା ମୁମ୍ବାଇ ମହାନଗର ନିଗମର ବୋଲି ଜଣାପଡିଛି। ତେବେ ଧକ୍କା ହେବା ପରେ ସେଠାରୁ କାରକୁ ହଟାଇ ଦିଆଯାଇଥିଲା।
View this post on Instagram