ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହିଁଙ୍କର ଏଭଳି ନିଷ୍ପତ୍ତିକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏବେ ପୁଣି ଥରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରୁ ଧନୁଷଙ୍କ ନାମକୁ ହଟାଇ ଐଶ୍ୱର୍ଯ୍ୟା ରଜନୀକାନ୍ତ କରିଦେଇଛନ୍ତି। ଜାନୁଆରୀ ୧୭ରେ ଐଶ୍ୱର୍ଯ୍ୟା ଓ ଧନୁଷ ନିଜ ୧୮ ବର୍ଷର ବିବାହରେ ପୂର୍ଣ୍ଣଛେଦ ପକାଇଥିଲେ। ଦୁହେଁ ଅଲଗା ହୋଇଯାଇଥିବା ନେଇ ଘୋଷଣା କରିଥିଲେ। ଏହି ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ସେ ଲୋକଙ୍କ ଅପିଲ ମଧ୍ୟ କରିଥିଲେ।