ଫ୍ୟାମିଲି ଫଟୋରୁ ଶାଶୁଙ୍କୁ ହଟାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ୧୧ ଅକ୍ଟୋବରରେ ବିଗ୍‌ ବି’ ଅମିତାଭ ବଚ୍ଚନ ତାଙ୍କର ୮୧ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କ ପରିବାର ସମେତ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଯେତେବେଳେ ବିଗ୍‌ ବିଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା ତାଙ୍କ ଅମିତାଭଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ବେଳେ ତାଙ୍କ ଆଈ, ଅଜା , ଆରାଧ୍ୟା ଏବଂ ଭାଇ ଅଗସ୍ତ୍ୟ ନନ୍ଦାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ବିଗ୍‌ ବି’ଙ୍କ ପ୍ରଶଂସକମାନେ ଏହି ଫଟୋକୁ ବହୁତ ପସନ୍ଦ କରିଥିଲେ। ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ଇନ୍‌ଷ୍ଟାଗ୍ରାମରେ ସମାନ ଫଟୋ କ୍ରପ୍‌ କରି ପୁନଃ ପୋଷ୍ଟ କରି ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଐଶ୍‌ଙ୍କ ଏହି ଫଟୋ ଦେଖିବା ପରେ ଅନୁମାନ କରାଯାଉଛି ଯେ, ବଚ୍ଚନ ପରିବାର ମଧ୍ୟରେ କିଛି ପାର୍ଥକ୍ୟ ଅଛି।

ଐଶ୍ୱର୍ଯ୍ୟା ଶେୟାର କରିଥିବା ଫଟୋରେ କେବଳ ଅମିତାଭ  ଏବଂ ଆରାଧ୍ୟାଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋ ଶେୟାର କରି ସେ ହାର୍ଟ୍‌ ଇମୋଜି ଦେଇଛନ୍ତି। ଏହା ସହିତ ସେ କ୍ୟାପ୍‌ଶନ ଲେଖିଛନ୍ତି ‘ଭଗବାନ ଆଶୀର୍ବାଦ କରନ୍ତୁ’ । ଫଟୋରେ ଆରାଧ୍ୟା ତାଙ୍କ ଜେଜେବାପା ଅମିତାଭଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ଦୁହେଁ ହସୁଛନ୍ତି। ଫଟୋରେ ଅମିତାଭଙ୍କୁ ଗୋଲାପୀ ଏବଂ ନୀଳ ରଙ୍ଗର ଜ୍ୟାକେଟରେ ଦେଖିବାକୁ ମିଳିଥିବା ବେଳେ ଆରାଧ୍ୟା ଏକ ମେରୁନ କଲର ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

ବର୍ତ୍ତମାନ ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ଐଶ୍‌ଙ୍କ ପୋଷ୍ଟରେ ଅଜବ କମେଣ୍ଟ ସବୁ ଆରମ୍ଭ ହୋଇଛି। କାରଣ ଐଶ୍‌ଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋ ବାସ୍ତବରେ କ୍ରପ୍‌ ହୋଇଛି। ପୂରା ଫଟୋରେ ଅମିତାଭ ବଚ୍ଚନ, ନଭ୍ୟା, ଆରାଧ୍ୟା, ଅଗସ୍ତ୍ୟ ଏବଂ ଜୟା ବଚ୍ଚନଙ୍କ ସହ ପୋଜ୍‌ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଐଶ୍ୱର୍ଯ୍ୟା ଶେୟାର କରିଥିବା ଫଟୋରେ ନଭ୍ୟା, ଅଗସ୍ତ୍ୟ ତଥା ଜୟା ନାହାନ୍ତି। ବର୍ତ୍ତମାନ ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ଟ୍ରୋଲର କହୁଛନ୍ତି ଐଶ୍‌ ତାଙ୍କ ଶାଶୁ ଜୟାଙ୍କୁ ଜାଣିଶୁଣି ବାଦ୍‌ ଦେଇଛନ୍ତି।

ଐଶ୍‌ଙ୍କ ଏହି ନୂତନ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର ଲେଖିଛନ୍ତି, ମୁଁ ତୁମର ଜଣେ ବଡ଼ ପ୍ରଶଂସକ … କିନ୍ତୁ ଜୟା ବଚ୍ଚନଙ୍କ ଜନ୍ମଦିନରେ ତୁମେ କିଛି ଅପ୍‌ଡେଟ୍‌ କରୁନାହଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସର୍ବସାଧାରଣରେ ଉପଲବ୍ଧ ଫଟୋରୁ ଆପଣଙ୍କୁ ଅନ୍ୟ ପିଲା (ନଭ୍ୟା ଏବଂ ଅଗସ୍ତ୍ୟ)ଙ୍କୁ କାହିଁକି କାଟିବାକୁ ପଡ଼ିଲା?
ଯଦି ଆପଣ କେବଳ ଆରାଧ୍ୟା ଏବଂ ବିଗ ବି’ ର ଫଟୋ ପୋଷ୍ଟ କରିବାକୁ ଚାହାନ୍ତି, ତେବେ ଆପଣ ଅନ୍ୟ କିଛି ଫଟୋ ଶେୟାର କରିଥାନ୍ତେ। ଏହା ବାସ୍ତବରେ ବେକାର ଏବଂ ମୂଲ୍ୟହୀନ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri