ଦୀର୍ଘଦିନ ପରେ ଫଟୋ ଶେୟାର କଲେ ଐଶ୍ୱର୍ଯ୍ୟା, ଲେଖିଲେ…

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ନିକଟରେ ଐଶ୍ୱର୍ଯ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ତାଙ୍କ ମା’ ଏବଂ ଝିଅ ଆରାଧ୍ୟା ଏବଂ ପିତାଙ୍କ ଏକ ଫଟୋ ରଖି ନଜର ଆସିଛନ୍ତି। ଏହି ଫଟୋରେ ଲୋକେ ଐଶ୍ୱର୍ଯ୍ୟାଙ୍କ ମାତାପିତାଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋଟି ତାଙ୍କ ମା’ ବୃନ୍ଦା ରାୟ ଏବଂ ଏବଂ ପିତା କୃଷ୍ଣରାଜ ରାୟଙ୍କର ଏକ ପୁରୁଣା ଫଟୋ। ଏହାକୁ ଐଶ୍ୱର୍ଯ୍ୟାଙ୍କ ପୁଣିଥରେ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କାରଣ ତାଙ୍କ ମାତାପିତାଙ୍କ ବିବାହ ବାର୍ଷିକୀ ଥିଲା।
ଫଟୋ ଶେୟାର କରି ଐଶ୍ୱର୍ଯ୍ୟା କ୍ୟାପଶନ ଲେଖିଛନ୍ତି, ହାପି ଆନିଭର୍ସାରି, ଡିୟର ଡାର୍ଲିଂ ମମି ଆଣ୍ଡ ଡାଡି। ତୁମେ ସମସ୍ତଙ୍କୁ ବହୁତ ଭଲ ପାଉଥିବା ଅଶେଷ ଅଶେଷ ଧନ୍ୟବାଦ। ୨୦୧୭ରେ ଐଶ୍ୱର୍ଯ୍ୟାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା।

Share