ଅନ୍‌ସ୍କ୍ରିନ ଦିଅରଙ୍କ ପ୍ରେମରେ ପଡ଼ିଛନ୍ତି ଐଶ୍ୱର୍ଯ୍ୟା; ସରିଲାଣି ନିର୍ବନ୍ଧ

ବମ୍ବେ: ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଅଭିନୟ କରୁ କରୁ ସତସତିକା ପ୍ରେମରେ ପଡ଼ିଛନ୍ତି। ପରଦାରେ ଚରିତ୍ର ଥାଏ ଭିନ୍ନ। ହେଲେ ଅସଲ ଜୀବନରେ ସେ ହୋଇଥାନ୍ତି ସାଥୀ। ଟେଲିପରଦାର ଲୋକପ୍ରିୟ ଧାରାବାହିକ ‘ଗୁମ ହୈ କିସି କେ ପ୍ୟାର ମେ’ରେ ସେହିଭଳି ଏକ କାହାଣୀ ଦେଖିବାକୁ ମିଳୁଛି। ଅଭିନେତା ନୀଲ ଭଟ୍ଟ, ଆୟେଶା ସିଂହ, ଐଶ୍ୱର୍ଯ୍ୟା ଶର୍ମା ଧାରାବାହିକରେ ମୁଖ୍ୟ ଭୂମିକାରେ ଅଛନ୍ତି। ଆରମ୍ଭରୁ ନୀଲଙ୍କ ସହ ଐଶ୍ୱର୍ଯ୍ୟାଙ୍କ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଥିଲା। ହେଲେ ନୀଲଙ୍କ ବିବାହ ଆୟେଶାଙ୍କ ସହ ହୋଇଯାଇଥିଲା।

ସ୍କ୍ରିନ୍‌ରେ ନୀଲ ଆୟେଶାଙ୍କୁ ହୃଦୟ ଦେଇଥିଲେ ହେଁ ଅସଲରେ ସେ ପଡ଼ିଛନ୍ତି ଐଶ୍ୱର୍ଯ୍ୟାଙ୍କ ପ୍ରେମରେ। ଧାରାବାହିକର ସେଟ୍‌ରେ ଉଭୟ ପରସ୍ପରକୁ ଭେଟିଥିଲେ। ଉଭୟ ପ୍ରେମରେ ପଡ଼ିଯାଇଥିଲେ। କିଛି ମାସ ସମ୍ପର୍କରେ ରହିବା ପରେ ଉଭୟ ନିର୍ବନ୍ଧ କରି ନେଇଛନ୍ତି। ଏଣୁ ଦେଖିଲେ ଧାରାବାହିକର ପାଖି ନିଜ ଅନସ୍କ୍ରିନ୍‌ ଦିଅର ନୀଲଙ୍କୁ ଡେଟ୍‌ କରୁଛନ୍ତି।

କହିରଖୁଛୁ, ଏହି ଧାରାବାହିକ ବଙ୍ଗଳା ଶୋ’ ‘କୁସୁମ ଡୋଲା’ର ରିମେକ। ଜୟଦୀପ ସେନ ଏବଂ ରାଜେଶ ରାମ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଅଭିନେତ୍ରୀ ରେଖା ଏହାର ପ୍ରମୋଶନ କରିଥିଲେ। ପ୍ରାରମ୍ଭରେ ରେଖା ପ୍ରୋମୋରେ ନଜର ଆସି କାହାଣୀ ବିଷୟରେ ଦର୍ଶକଙ୍କୁ କହିଥିଲେ।

Share