ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା, ପୋଷ୍ଟ ଶେୟାର କରି ଦେଲେ ସୂଚନା

ମୁମ୍ବାଇ: ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅସୁସ୍ଥ ହୋଇ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଫେବୃୟାରୀରେ ଐଶ୍ୱର୍ଯ୍ୟା କୋଭିଡ ସଂକ୍ରମଣ ହୋଇଥିଲେ , ଏବଂ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କୋଭିଡ୍‌ରୁ ସୁସ୍ଥ ହେବା ପରେ ସେ କାମକୁ ଫେରିଥିଲେ।
ଐଶ୍ୱର୍ଯ୍ୟାଙ୍କ ପାଇଁ ଏହି ଦୁଇମାସ କଠିନ ହୋଇପଡିଛିି। ଧନୁଷଙ୍କ ଠାରୁ ଅଲଗା ହେବା ଘୋଷଣା ଠାରୁ ଆରମ୍ଭ କରି କୋଭିଡ ସଂକ୍ରମଣ ପର୍ଯ୍ୟନ୍ତ ସେ ଏକ କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ସେ ତାଙ୍କର ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା । ଐଶ୍ୱର୍ଯ୍ୟା ଆଜି ଇନଷ୍ଟାଗ୍ରାମ୍‌ରେ ହସ୍ପିଟାଲ୍‌ରୁ ଡାକ୍ତରଙ୍କ ସହ ଅନେକ ଫଟୋ ଶେୟାର କରଛନ୍ତି। ସେ ଲେଖିଛନ୍ତି, ମହିଳା ଦିବସ ଅବସରରେ ଡକ୍ଟର ପ୍ରୀତି ଚାରିଙ୍କୁ ଭେଟିବା ଏକ ଗୌରବର ବିଷୟ।

 

Share