ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଗ୍ଲାମରକୁ ନେଇ ଆଜିବି ନୂଆ ଅଭିନେତ୍ରୀଙ୍କୁ ମାତ ଦେଉଛନ୍ତି। ୪୯ ବର୍ଷିୟା ଐଶ୍ୱର୍ଯ୍ୟା ତାଙ୍କ କ୍ୟାରିୟର ମଡଲିଂରୁ ଆରମ୍ଭ କରିଥିଲେ। ଅଭିନେତ୍ରୀ ୧୯୯୪ରେ ମିସ ଓ୍ବାର୍ଲଡ ମୁକୁଟ ପିନ୍ଧି ମଡେଲ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୭ରେ ଅଭିନେତ୍ରୀ ମଣି ରତ୍ନମଙ୍କ ମୁଭି ‘ଇରୁବରି’ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ କେବଳ ଯେ ତାଙ୍କର ଗ୍ଲାମର ଓ ଅଭିନୟକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି ତାହା ନୁହେଁ ବରଂ ସେ ତାଙ୍କ ସେନ୍ସ ଅଫ ହ୍ୟୁମରକୁ ନେଇ ବେଳେ ବେଳେ ଚର୍ଚ୍ଚାକୁ ଆସିଥାଆନ୍ତି। ଐଶ୍ୱର୍ଯ୍ୟା ସବୁବେଳେ ବିଦେଶୀ ଖବରଦାତାଙ୍କୁ ଦେଉଥିବା ସାକ୍ଷାତକାର ସମୟରେ ସେମାନଙ୍କ ପାଟି ଚୁପ କରାଇ ଦେଇଥାଆନ୍ତି।
ଏବେ ଐଶଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଐଶ ଜଣେ ବ୍ରିଟିଶ ଖବରଦାତାଙ୍କୁ ଇଣ୍ଟରଭ୍ୟୁ ଦେଉଥିବା ଦେଖାଯାଇଛି। ଏହି ଭିଡିଓରେ ଅଭିନେତ୍ରୀ ଇଂରାଜୀ ଖବରଦାତାଙ୍କୁ ଦେଶୀ ଷ୍ଟାଇଲରେ ସମୋସା ବା ସିଙ୍ଗଡା ଖାଇବା ଶୈଳି ଶିଖାଉଛନ୍ତି। ଐଶଙ୍କ ଏହି ଭିଡିଓ ତାଙ୍କ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି।