ବଲିଉଡରେ ଡେବ୍ୟୁ କରିବେ ଐଶ୍ୱର୍ଯ୍ୟା

ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ସିନେମାରେ ନିର୍ଦ୍ଦେଶିକା ଭାବରେ ଐଶ୍ୱର୍ଯ୍ୟା କାମ କରିବାକୁ ଯାଉଛନ୍ତି। ଫିଲ୍ମର ଟାଇଟଲ ମଧ୍ୟ ସ୍ଥିର ହୋଇସାରିଛି । ଐଶ୍ୱର୍ଯ୍ୟା ନିର୍ମାତା ମିନୁ ଆରୋରାଙ୍କ ସହ ତାଙ୍କର ପ୍ରଥମ ବଲିଉଡ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଏକ ପ୍ରେମ କାହାଣୀ ଉପରେ ଆଧାରିତ ହେବ ବୋଲି ଜଣାପଡିଛି। ତେବେ ନିର୍ମାତା ଏହି ଖବରକୁ ନିଶ୍ଚିତ କରିଛନ୍ତି । ଫିଲ୍ମର ଷ୍ଟାରକାଷ୍ଟ ଏପର୍ଯ୍ୟନ୍ତ ଚୟନ ହୋଇନାହିଁ ବୋଲି ସେ କହିଛନ୍ତି।

Share