ମୁମ୍ବାଇ: ବଲିଉଡର ବେଶ ପରିଚିତ ଚେହେରା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବଡ ଉତ୍ସାହର ସହ ଅପେକ୍ଷା ରଖିଥାଆନ୍ତି। ପ୍ରାୟ ସବୁ ଷ୍ଟାରଙ୍କ ସହ ଐଶ୍ୱର୍ଯ୍ୟାଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିଥାଆନ୍ତି। ଏବେ ଅନୁମାନ କରାଯାଉଛି କି ସେ ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବଙ୍କ ସହ ସ୍କ୍ରିନ ଶେୟାର କରିପାରନ୍ତି।
ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଐଶ୍ୱର୍ଯ୍ୟା ଏକ ନୂଆ ଫିଲ୍ମରେ ନଜର ଆସିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ଏହା ଏକ ଫାଣ୍ଟେସି ମୁଭି ହେବ, ଯାହାର ବଜେଟ ଅଧିକ ହେବା ବୋଲି କୁହାଯାଉଛି।
ମିଳିଥିବା ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଚିରଞ୍ଜୀବୀଙ୍କ ସହ ଏହି ଫିଲ୍ମରେ ସାଇନ କରିଛନ୍ତି। ଖୁବ ଶୀଘ୍ର ସେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ। ସୂଚନାନୁସାରେ,ଏମାନଙ୍କ ଯୋଡି ଏକ ସମ୍ବେଦନଶୀଳ ମିଶ୍ରଣ ହେବାକୁ ଯାଉଛି। ଏହି ମୁଭି ସାରା ଭାରତରେ ଏକ ଗୁଜବ ସୃଷ୍ଟି କରିସାରିଛି। ତେଲୁଗୁ ଚଳଚ୍ଚିତ୍ରରେ ଏହା ଏକ ବଡ ଫିଲ୍ମ ହେବାକୁ ଯାଉଛି। ନିର୍ମାତାମାନେ ତାଙ୍କ କାଷ୍ଟିଂ ବିଷୟରେ ଆତ୍ମବିଶ୍ୱାସୀ। ତାଙ୍କର ଏହି ମୁଭିର ଏକ ଅଂଶ ହିନ୍ଦୀ ଦର୍ଶକଙ୍କୁ ମଧ୍ୟ ଆକର୍ଷିତ କରିବ। ସୂଚନାନୁସାରେ, ଅଭିନେତ୍ରୀ ହେଉଛନ୍ତି ବେଷ୍ଟ ଅପଶନ। ବଶିଷ୍ଠ ଏହାର ନିର୍ଦ୍ଦେଶନା ଦେବେ। ଏହାର ବଜେଟ ୨୦୦କୋଟି ଟଙ୍କା ବୋଲି କୁହାଯାଉଛି। ଚିରଞ୍ଜୀବୀ-ଐଶ୍ୱର୍ଯ୍ୟାଙ୍କ ଯୋଡି ଧମାଲ କରିବାକୁ ଯାଉଛନ୍ତି।