ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୱାଲର୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ତ୍ତମାନ ପରିବାର ସହ ପ୍ୟାରିସ୍ରେ ଅଛନ୍ତି। ରବିବାର ଆୟୋଜିତ ହୋଇଥିବା ‘ପ୍ୟାରିସ୍ ଫ୍ୟାଶନ ୱିକ୍’ରେ ସେ ଭାଗ ନେଇଥିଲେ। ଲ’ରିଅଲ୍ର ଭାରତୀୟ ଆମ୍ବାସାଡ଼ାର ହୋଇ ଅଭିନେତ୍ରୀ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଅଂଶ ହୁଅନ୍ତି। ଏହି ଇଭେଣ୍ଟରେ ସେ ଲ’ରିଅଲ୍ ପାଇଁ ରାମ୍ପରେ ଚାଲିଛନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଭିନେତ୍ରୀ ଏକ ଗୋଲ୍ଡେନ୍ ରଙ୍ଗର ଗାଉନରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଅଭିନେତ୍ରୀ ନିଜେ ମଞ୍ଚରୁ ଫ୍ଲାଇଙ୍ଗ କିସ୍ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତାଙ୍କର ଏହି ଲୁକ୍ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। କହିବାକୁ ଗଲେ ଏଥର ବଚ୍ଚନ ପରିବାରର ଜଣେ ନୁହେଁ ଦୁଇଜଣ ସଦସ୍ୟ ଏହି ଇଭେଣ୍ଟର ଅଂଶ ହୋଇଛନ୍ତି। ଅମିତାଭଙ୍କ ନାତୁଣୀ ନବ୍ୟା ନାବେଲି ନନ୍ଦା ମଧ୍ୟ ‘ପ୍ୟାରିସ୍ ଫ୍ୟାଶନ ୱିକ୍’ରେ ଡେବ୍ୟୁ କରିଛନ୍ତି। ଏନେଇ ନବ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ୟାରିସରୁ କିଛି ଫଟୋ ଶେୟାର କରିଛନ୍ତି।