ଏହି ଫିଲ୍ମ ପାଇଁ ୬୦୦ ଶାଢି ପିନ୍ଧିଥିଲେ ଐଶ୍ୱର୍ଯ୍ୟା

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ନିଜ ଫିଲ୍ମ ନିର୍ମାଣକୁ ନେଇ ବେଶ୍‌ ସଚେତନ। ଶୁଟିଂ ସେଟ ଠାରୁ ଆରମ୍ଭ କରି ଅଭିନେତା/ଅଭିନେତ୍ରୀମାନଙ୍କ ପୋଷାକ ପର୍ଯ୍ୟନ୍ତ ସଞ୍ଜୟ ସବୁକିଛିର ଯତ୍ନ ନିଅନ୍ତି । ତାଙ୍କ ସୁପରହିଟ୍‌ ଫିଲ୍ମ ମଧ୍ୟରୁ ଦେବଦାସ ମଧ୍ୟ ଅନ୍ୟତମ। ଏହି ଫିଲ୍ମ ନିର୍ମାଣ ସେ ପାଣି ପରି ଟଙ୍କା ଖର୍ଚ୍ଚ କରିଥିଲେ। ଦେବଦାସ ଫିଲ୍ମ ୧୯ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମର ପ୍ରତ୍ୟେକ ଦୃଶ୍ୟକୁ ଅସାଧାରଣ କରିବା ପାଇଁ ସେ କୌଣସି ସୁଯୋଗ ହାତଛଡା କରି ନ ଥିଲେ। ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦେବଦାସ ନିଜ ଅଭିନୟ ଯାଦୁ ଦେଖାଇଥିଲେ। ସଞ୍ଜୟ ଲୀଲା ଭନସାଲୀ ଦେବଦାସଙ୍କ ପାରୋ ଅର୍ଥାତ୍‌ ଐଶ୍ୱର୍ଯ୍ୟା ରାୟଙ୍କ ଚେହେରାକୁ ସ୍ବତନ୍ତ୍ର କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ଡିଜାଇନର୍‌ ନୀତା ଲୁଲାଙ୍କ ସହ ମିଶି ସେ କୋଲକାତା ପରିଦର୍ଶନ କରିଥିଲେ ଏବଂ ୧୦୦-୨୦୦ ନୁହେଁ ୬୦୦ ଶାଢି କିଣିଥିଲେ। ଏହି ଶାଢିଗୁଡିକୁ ପ୍ରଥମେ ଐଶ୍ୱର୍ଯ୍ୟା ପିନ୍ଧି ଚେକ୍‌ କରିଥିଲେ। ପରେ ଫିଲ୍ମରେ ପିନ୍ଧିଥିଲେ।

Share