ଦୀର୍ଘଦିନର ବ୍ୟବଧାନ ପରେ କାମକୁ ଫେରିଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଧନୁଷଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଥିଲେ। ୧୮ ବର୍ଷର ସମ୍ପର୍କ ପରେ ଦୁହେଁ ଅଲଗା ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଐଶ୍ୱର୍ଯ୍ୟା ଫେବୃୟାରୀରେ କୋଭିଡ୍‌ ପଜିଟିଭ୍‌ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସେନେଇ ସେ କାମରୁ ବିରତି ନେଇଥିଲେ। ଏହାରି ମଧ୍ୟରେ ଐଶ୍ୱର୍ଯ୍ୟା ସୁସ୍ଥ ହୋଇ କାମକୁ ଫେରିଛନ୍ତି। ତାଙ୍କର ଆଗାମୀ ମ୍ୟୁଜିକ୍‌ ଭିଡିଓର ଶେଟ୍‌ରେ କାମ କରୁଥିବା ଦୁଇଟି ଫଟୋ ସୋସିଆଲ ମିଡିଆରେ ସେ ଶେୟାର କରିଛନ୍ତି।

Share