ସ୍ବାମୀଙ୍କଠାରୁ ଅଲଗା ହେବେ ନାହିଁ ଐଶ୍ଚର୍ଯ୍ୟା!

ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନକୁ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି। କିଛି ଦିନ ତଳେ ସ୍ତ୍ରୀ ଐଶ୍ଚର୍ଯ୍ୟା ରଜନୀକାନ୍ତ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଧନୁଷ। କିନ୍ତୁ ଦୁଇଜଣ ବର୍ତ୍ତମାନ ଛାଡପତ୍ର ନେବେ ନାହିଁ ବରଂ ସେମାନଙ୍କ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବେ।
ଧନୁଷ ଏବଂ ଐଶ୍ୱର୍ଯ୍ୟା ପୁଣି ଥରେ ସେମାନଙ୍କ ସମ୍ପର୍କ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି। ଐଶ୍ୱର୍ଯ୍ୟାଙ୍କ ପିତା ରଜନୀକାନ୍ତ ଉଭୟଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଥିଲେ। ରଜନୀକାନ୍ତଙ୍କ ଏହି ପ୍ରୟାସ ଫଳପ୍ରଦ ହୋଇଛି।
ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ପରିବାର ସଦସ୍ୟ ଏକାଠି ବସି ଉଭୟଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ନିଷ୍ପତ୍ତି ନିଆଯାଇଛି ଯେ ଏହି ଦୁଇଜଣ ଅଲଗା ହେବେ ନାହିଁ କିନ୍ତୁ ସେମାନଙ୍କ ସମ୍ପର୍କ ସୁଧାରିବାରେ ଚେଷ୍ଟା କରିବେ।
ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ୨୦୦୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହେଁ ମଧ୍ୟ ଦୁଇଟି ସନ୍ତାନର ମାତାପିତା ହୋଇଥିଲେ। ତେବେ ଚଳିତ ବର୍ଷ ଜାନୁଆରୀରେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରି ଦୁହେଁ ସେମାନଙ୍କର ୧୮ ବର୍ଷର ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ହଠାତ୍‌ ଖବର ଦେଖି ଉଭୟଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Share