Advertisement

ଇନଷ୍ଟାରେ ଐଶ୍ୱର୍ଯ୍ୟାଙ୍କ ୧୪.୩ ମିଲିୟନ ଫଲୋୟର୍ସ, ହେଲେ ଜଣଙ୍କୁ କରନ୍ତି ଫଲୋ, ଜାଣି ଆଶ୍ଚର୍ଯ୍ୟ ହେବେ…

ମୁମ୍ବାଇ: ଛାଡପତ୍ର ଗୁଜବକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଚ୍ଚନ ପରିବାର। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି ଜୋରଦାର ଚର୍ଚ୍ଚା ହେଉଛି। କିନ୍ତୁ ସବୁଠାରୁ ବଡ଼କଥା ହେଉଛି ଏତେ ଚର୍ଚ୍ଚା ଭିତରେ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏହା ମଧ୍ୟରେ ଅଭିଷେକ ବଚ୍ଚନଙ୍କ ନାମ ଅଭିନେତ୍ରୀ ନିମ୍ରତ କୌରଙ୍କ ସହ ଯୋଡାଯାଉଛି। ତେବେ ଏତେ ସବୁ ଚର୍ଚ୍ଚାକୁ ନେଇ ବଚ୍ଚନ ପରିବାର ମୁହଁ ଖୋଲିନଥିବା ବେଳେ ଏବେ ଐଶ୍ୱର୍ଯ୍ୟା ରାୟଙ୍କ ଇନଷ୍ଟାଗ୍ରାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଐଶ୍ୱଙ୍କ ଇନଷ୍ଟାଗ୍ରାମରେ ୧୪.୩ ମିଲିୟନ ଫଲୋୟର୍ସ ଅଛନ୍ତି। କିନ୍ତୁ ସେ କେବଳ ଜଣେ ବ୍ୟକ୍ତିଙ୍କୁ ଫଲୋ କରନ୍ତିି। ଆଉ ସେ ହେଉଛନ୍ତି ସ୍ବାମୀ ଅଭିଷେକ ବଚ୍ଚନ। ଛାଡପତ୍ର ଖବର ସତ୍ତ୍ବେ ସେ ତାଙ୍କୁ ଫଲୋ କରୁଥିବା ଦେଖାଯାଇଛି। ଏହା ଦେଖି ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ ଅଛି ବୋଲି ଲୋକେ ବିଶ୍ବାସ କରିବା ଆରମ୍ଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel