ଛାଡପତ୍ର ଗୁଜବ ଭିତରେ ଐଶ୍ୱର୍ଯ୍ୟାଙ୍କ ଡାଏରୀ ଫଟୋ ଭାଇରାଲ, ମୋର ଦୁଃଖ…

ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ତେବେ ଗତ କିଛି ଦିନ ହେବ ଏହି ଦମ୍ପତିଙ୍କ ଛାଡପତ୍ର ବିଷୟରେ ଗୁଜବ ଜାରି ରହିଛି। ତଥାପି, ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାଁନ୍ତି। ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କ ଏପରି ଗୁଜବକୁ ନେଇ ମଧ୍ୟ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଐଶ୍ୱର୍ଯ୍ୟା, ଅଭିଷେକ ଓ ବଚ୍ଚନ ପରିବାର ମଧ୍ୟରେ କିଛି ଠିକ୍‌ ଚାଲିନାହିଁ।

ସୋସିଆଲ ମିଡିଆରେ ସର୍ବଦା ବଚ୍ଚନ ପରିବାର ସଭିଁଐ ପ୍ରଶଂସା କରିଥାନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଏସବୁ ଭିତରେ ଅଭିନେତ୍ରୀଙ୍କ ଡାଏରୀର ଏକ ପୃଷ୍ଠାର ଫଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବଲିଉଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଐଶ୍ୱର୍ଯ୍ୟା ଏପରି ଜଣେ ଯିଏକି ତାଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି । ବିବାହ ପୂର୍ବରୁ ତାଙ୍କ ନାମ ସହ ୨ ଜଣ ଷ୍ଟାରଙ୍କ ନାମ ଯୋଡା ହେଉଥିଲା । କିନ୍ତୁ ବିବାହ ପରେ ସେ ଅନ୍ୟ କୌଣସି ସମ୍ପର୍କ ରଖିନଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଡାଏରୀ ପୃଷ୍ଠା ଐଶ୍ୱଙ୍କୁ ପୁଣିଥରେ ଲାଇମଲାଇଟକୁ ଆଣିଛି । ଏହି ଡାଏରୀ ହେଉଛି ଐଶ୍ୱଙ୍କର। ଡାଏରୀ ପୃଷ୍ଠାଗୁଡ଼ିକ ପଢିଲେ ଐଶ୍ୱର୍ଯ୍ୟାଙ୍କ ବାବଦରେ ଆପଣ ଅଧିକ ଜାଣି ପାରିବେ। ସେ ତାଙ୍କ ଡାଏରୀରେ ଲେଖିଛନ୍ତି, ଅପବାଦ ଓ ଗାଳିଗୁଲଜ କରିବାର କୌଣସି ସୁଯୋଗ ଛାଡୁ ନ ଥିବା ଲୋକମାନଙ୍କ ବାବଦରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ମୁଁ ସର୍ବଦା ଖରାପ ଉଦ୍ଦେଶ୍ୟ ଥିବା ଲୋକଙ୍କଠାରୁ ଦୂରେଇ ରୁହେ କାରଣ ସେ ସେମାନଙ୍କ ଲେଭଲରେ ପହଞ୍ଚି ପାରିବେ ନାହିଁ। ଭାଇରାଲ ହେଉଥିବା ପେଜରେ ଏହା ମଧ୍ୟ ଲେଖା ଯାଇଛି, ମୁଁ ମୋର ଦୁଃଖକୁ ନିଜ ପାଖରେ ରଖିବାକୁ ପସନ୍ଦ କରେ।

କହିରଖୁଛୁ କି, ଡାଏରୀର ଏହି ପୃଷ୍ଠାଟି ବହୁତ ପୁରୁଣା, ତେଣୁ ଅନେକ ଲୋକ ଏହାକୁ ସଲମାନ ଖାନ ଓ ତାଙ୍କର ଅନ୍ୟ ସମ୍ପର୍କ ସହିତ ଜଡିତ କରୁଛନ୍ତି। ସଲମାନଙ୍କ ସହ ବ୍ରେକଅପ ପରେ ତାଙ୍କ ନାମ ବିବେକ ଓବରୟଙ୍କ ସହ ଯୋଡାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଢ଼ାବାରେ ପୋଲିସ ଚଢ଼ାଉ: ଜଣେ ଗିରଫ

ଧର୍ମଗଡ,୨୬।୪(ଘାସିରାମ ଜଗତ): ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର...

ଏଇ ଭାରତରେ

କାଗଜ ପାଇଁ ବହୁସଂଖ୍ୟାରେ ଗଛ ଓ ବାଉଁଶ କଟାଯାଉଛି, ଯାହା ପରିବେଶ ପାଇଁ କ୍ଷତିକାରକ। ତେବେ ଏହାର ସମାଧାନ ବାଟ ପାଇଛନ୍ତି ରୂପଙ୍କର ଭଟ୍ଟାଚାର୍ଯ୍ୟ ଏବଂ...

ନିକୃଷ୍ଟ ବିଚାର

ଆମେରିକା କହୁଛି ବାଣିଜ୍ୟରେ ବିଶ୍ୱ ତାହାକୁ ଲୁଟିଛି ଏବଂ କ୍ଷତିପୂରଣ ଚାହେଁ। ଦେଖିବାକୁ ଗଲେ ଏହି ଲୁଣ୍ଠନ ନିଜେ ଆମେରିକା ଦ୍ୱାରା ହୋଇଛି କାରଣ ଏକ...

ଭୁବନେଶ୍ୱର ବିମାନବନ୍ଦରରେ ୧୨ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ କ୍ରୁଦ୍ଧ ଯାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର,୨୭ା୪: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନେ ଅଟକି ରହିବା କାରଣରୁ ଉତ୍ତେଜନା ସୃଷ୍ଟି ହୋଇଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ...

ଭାରତ ସହିତ ବାଣିଜ୍ୟ ବନ୍ଦ କରି ଫସିଲରେ ପାକିସ୍ତାନ: ଔଷଧ ଯୋଗାଣ ପାଇଁ ନେଲା ‘ଜରୁରୀକାଳୀନ’ ପଦକ୍ଷେପ

ଇସଲାମାବାଦ,୨୭ା୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା ପରେ ପାକିସ୍ତାନ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ “ଜରୁରୀକାଳୀନ...

କଲବଲ କରିବ ଖରାଗୁଳୁଗୁଳି, କାଳବୈଶାଖୀ: ମେ’ ୧ ପର୍ଯ୍ୟନ୍ତ ଏସବୁ ଜିଲାରେ

ଭୁବନେଶ୍ୱର,୨୭ା୪(ଅନୁରାଧା ମହାରଣା):  ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ...

ସ୍ତନ ସ୍ପର୍ଶ ଉଦ୍ୟମ ବଳାତ୍କାର ନୁହେଁ : କୋଲକାତା ହାଇକୋର୍ଟ

କୋଲକାତା,୨୭ା୪: ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍‌ସୋ) ଆଇନ ଅନୁଯାୟୀ, ପୀଡ଼ିତାଙ୍କ ସ୍ତନ ସ୍ପର୍ଶ କରିବା ଉଦ୍ୟମ ବଳାତ୍କାର ନୁହେଁ ବରଂ ଗମ୍ଭୀର ଯୌନ ଉତ୍ପୀଡ଼ନ...

ଜମ୍ମୁ-କାଶ୍ମୀର ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ଛାତ୍ର, ଅବସରପ୍ରାପ୍ତ ଶିକ୍ଷକ, ଓକିଲ ସମେତ ୧୯ ଗିରଫ

ନୂଆଦିଲ୍ଲୀ,୨୭ା୪: ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ଉତ୍ତର-ପୂର୍ବାଞ୍ଚଳର ତିନୋଟି ରାଜ୍ୟରେ ଅତି କମରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image