ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହେଲା ଐଶ୍ୱର୍ଯ୍ୟାଙ୍କ ଏହି ଫିଲ୍ମ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ ପିଏସ୍‌-୨ ହିନ୍ଦୀରେ ରିଲିଜ ହୋଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶନାରେ ଚୋଳ ସାମ୍ରାଜ୍ୟ ଉପରେ ନିର୍ମିତ ଏହି ଫିଲ୍ମ ଗତ ମାସରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା। ହିନ୍ଦୀ ବ୍ୟତୀତ ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଥିବା ବେଳେ ଲୋକମାନେ ଏହି ଐତିହାସିକ ଫିଲ୍ମକୁ ହିନ୍ଦୀରେ ଦେଖିବାକୁ ଆଗ୍ରହୀ ଥିଲେ।

ବର୍ତ୍ତମାନ ଐଶ୍ୱର୍ଯ୍ୟା-ତୃଷା କ୍ରିଷ୍ଣନଙ୍କ ଅଭିନୀତ ଫିଲ୍ମ ହିନ୍ଦୀରେ ମୁକ୍ତିଲାଭ କରିଛି। ସୋସିଆଲ ମିଡିଆରେ କିଛି ଲୋକ ଖୁସି ବ୍ୟକ୍ତ କରିଥିବା ବେଳେ ଏହି ଫିଲ୍ମ ହିନ୍ଦୀରେ କାହିଁକି ଏତେ ବିଳମ୍ବରେ ରିଲିଜ ହୋଇଛି ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share