ନୂଆଦିଲ୍ଲୀ, ୭ା୯ (ପି.ଟି.)-ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା)ର ବାର୍ଷିକ ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ରାଜ୍ୟ ସଭା ସଦସ୍ୟ ଅନିଲ ଜୈନ ଏହାର ନୂଆ ସଭାପତି ଏବଂ ଅନିଲ ଧୂପର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଭାରତର ଡେଭିସ୍ କପ୍ ଅଧିନାୟକ ରୋହିତ ରାଜପାଲ ୨୦୨୪ ପର୍ଯ୍ୟନ୍ତ ୪ ବର୍ଷ ପାଇଁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆସୋସିଏଶନର ସମସ୍ତ କର୍ମକର୍ତ୍ତାଙ୍କ ବ୍ୟତୀତ ନୂଆ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟଗଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହେବା ପରେ ଆଇଟା ସଭାପତି ଜୈନ ତୁରନ୍ତ ଦିଲ୍ଲୀ ଲନ୍ ଟେନିସ୍ ଆସୋସିଏଶନଠାରେ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ।