ଅଜବ ରେନ୍‌କୋଟ୍‌

ରେନ୍‌କୋଟ୍‌ କେବଳ ବର୍ଷାରୁ ରକ୍ଷା କରି ନଥାଏ ଏହାର ବିଭିନ୍ନ ଆକର୍ଷଣୀୟ ଡିଜାଇନ୍‌ ଟ୍ରେଣ୍ଡି ଲୁକ୍‌ ବି ଦେଇଥାଏ। କିନ୍ତୁ ଏମିତି ବି କିଛି ରେନ୍‌କୋଟ୍‌ ଅଛି; ଯାହା ଦେଖିବାକୁ ଖୁବ୍‌ ଅଜବ। ଆଉ ଏହି ଅଜବ ଡିଜାଇନ୍‌ ହିଁ ସେହି ରେନ୍‌କୋଟ୍‌କୁ ନିଆରା ଲୁକ୍‌ ଦେଇଥାଏ…

* ୟୁନିର୍ଭସାଲ୍‌ ମୋଟର ସାଇକେଲ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ରେ ଏକକାଳୀନ ୩ଟି ସୁବିଧା ଉପଲବ୍ଧ ଥାଏ। ମୋଟର ସାଇକେଲ୍‌ ଚଲାଉଥିବା ଚାଳକ, ପଛରେ ବସିଥିବା ବ୍ୟକ୍ତି ଏବଂ ତା’ସହିତ ଖୋଦ୍‌ ମୋଟର ସାଇକେଲ୍‌କୁ ବି ବର୍ଷାରୁ ସୁରକ୍ଷା ଦେଇଥାଏ ଏହି ରେନ୍‌କୋଟ। ହାଇ କ୍ୱାଲିଟି ଅକ୍ସଫୋର୍ଡ ଫାବ୍ରିକ୍‌ ତଥା ସ୍ବତନ୍ତ୍ର ଓ୍ବାଟର୍‌ପ୍ରୁଫ୍‌ ପିଭିସି କୋଟିଂରେ ତିଆରି ହୋଇଥିବା ଏହି ରେନ୍‌କୋଟ୍‌କୁ କେବଳ ବାଇକ୍‌ ଚଲେଇଲାବେଳେ ନୁହେଁ, ସାଇକ୍ଲିଂ, ହାଇକିଂ, କ୍ୟାମ୍ପିଂ, ଟ୍ରାଭେଲିଂବେଳେ ବି ବ୍ୟବହାର କରାଯାଇପାରିବ।

* ସ୍କର୍ଟ-ଟପ୍ସ ଷ୍ଟାଇଲ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ ପିନ୍ଧିଲେ କେହି ବି ଦ୍ୱନ୍ଦ୍ୱରେ ପଡିଯିବେ ଯେ, ଆପଣ ରେନ୍‌କୋଟ୍‌ ପିନ୍ଧିଛନ୍ତି ନା କୌଣସି ସ୍କର୍ଟ ଟପ୍ସ। ଅବିକଳ ସ୍କର୍ଟ ଓ ଟପ୍ସ ଷ୍ଟାଇଲ୍‌ରେ ଆସୁଥିବା ଏହି ରେନ୍‌କୋଟ୍‌କୁ ପିନ୍ଧିଲେ ବର୍ଷାଦିନେ ବେଶ୍‌ କମ୍ଫର୍ଟେବଲ୍‌ ଲାଗେ। ତା’ସହିତ ଏହାର ଲମ୍ବା ଟିକେ ଅଧିକ ରହୁଥିବାରୁ ଓଦା ହେବାର ସମ୍ଭାବନା ବି କମ୍‌ ରହିଥାଏ।

* ଟ୍ରାନ୍ସପରେଣ୍ଟ ଓ୍ବାଟରପ୍ରୁଫ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ ଟ୍ରାନ୍ସପରେଣ୍ଟ ହୋଇଥିବାରୁ ପୋଷାକ ଉପରେ ଏହାକୁ ପିନ୍ଧିଲେ ବି ଅନ୍ୟମାନେ ଆପଣଙ୍କ ପୋଷାକକୁ ସହଜରେ ଦେଖିପାରିବେ। ତେଣୁ ଏହା ଦ୍ୱାରା ଦୁଇଟି ସୁବିଧା ହୁଏ। ପ୍ରଥମତଃ ବର୍ଷାରୁ ରକ୍ଷା ମିଳେ, ଦ୍ୱିତୀୟରେ ଆପଣଙ୍କର ଷ୍ଟାଇଲିଶ୍‌ ଆଉଟ୍‌ଫିଟ୍‌କୁ ଅନ୍ୟମାନଙ୍କ ଆଗରେ ଶୋ’ ଅଫ୍‌ ବି କରିହୁଏ। ଏହି ରେନ୍‌କୋଟ୍‌ ଉଭୟ ନି ଲେଙ୍ଗ୍‌ଥ ଆଉ ଲଙ୍ଗ୍‌ ଲେଙ୍ଗ୍‌ଥରେ ମିଳିଥାଏ।

* ଫ୍ରକ୍‌ ଷ୍ଟାଇଲ ରେନ୍‌କୋଟ୍‌: ଫ୍ରକ୍‌ ଷ୍ଟାଇଲ୍‌ର ଦେଖାଯାଉଥିବା ଏହି ରେନ୍‌କୋଟ୍‌ ଯୁବତୀଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ବର୍ଷାଦିନେ ଫ୍ୟାଶନ୍‌ ସହ ସାଲିସ୍‌ କରିବାକୁ ଚାହୁଁ ନ ଥିବା ଷ୍ଟାଇଲିଶ୍‌ ଯୁବତୀଙ୍କ ପାଇଁ ଏହା ଏକ ଭଲ ଅପ୍ସନ। ଖାସ୍‌ କରି ନି ଲେଙ୍ଗ୍‌ଥରେ ଆସୁଥିବା ଏହି ରେନ୍‌କୋଟ୍‌ ନି ଲେଙ୍ଗ୍‌ଥ ଆଉଟ୍‌ଫିଟ୍‌ ସହ ହିଁ ଭଲ ମାନିଥାଏ। ତା’ଛଡ଼ା ଘେରବାଲା ତଥା ଫ୍ଲୋରାଲ ଡିଜାଇନ୍‌ର ଫ୍ରକ୍‌ ଷ୍ଟାଇଲ୍‌ ରେନ୍‌କୋଟ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

* ପୋଲ୍‌କା ଡଟ୍‌ ରେନ୍‌କୋଟ୍‌: ଅଲ୍‌ ଟାଇମ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ପୋଲ୍‌କା ଡଟ୍‌ ଆଉଟ୍‌ଫିଟ୍‌। ଏବେ ପୋଲ୍‌କା ଡଟ୍‌ ରେନ୍‌କୋଟ୍‌ ବି ମାର୍କେଟରେ ମିଳିଲାଣି, ଯାହା ଷ୍ଟାଇଲିଶ୍‌ ଲାଗିବା ସହ ବିଭିନ୍ନ ଲେଙ୍ଗ୍‌ଥରେ ବି ଆସୁଛି।

* ଲେସ୍‌ ରେନ୍‌କୋଟ୍‌: ଏହା ବି ଏକ ଷ୍ଟାଇଲିଶ୍‌ ରେନ୍‌କୋଟ୍‌। ଏହି ରେନ୍‌କୋଟ୍‌ର ଭିତର ପାର୍ଶ୍ୱରେ ଯେକୌଣସି ଟ୍ରାନ୍ସପରେଣ୍ଟ କଲର୍‌ର ଏକ ଓ୍ବାଟର୍‌ପ୍ରୁଫ୍‌ କପଡ଼ା ଥାଏ ଏବଂ ବାହାର ପାର୍ଶ୍ୱରେ ସେହି କଲର୍‌ର ଲେସ୍‌ କାମ ହୋଇଥିବା କପଡ଼ା ଲାଗିଥାଏ। ଫଳରେ ଏହା ବର୍ଷାରୁ ରକ୍ଷା କରିବା ସହ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ବିଭିନ୍ନ ଲେଙ୍ଗ୍‌ଥ୍‌ରେ ବି ଏହା ମାର୍କେଟରେ ଉପଲବ୍ଧ ହୋଇଥାଏ।

* ଓ୍ବେଷ୍ଟ ଲେଙ୍ଗ୍‌ଥ ରେନ୍‌କୋଟ୍‌: ଅଣ୍ଟା ପର୍ଯ୍ୟନ୍ତ ଲମ୍ବା ରହୁଥିବାରୁ ଏହାକୁ ପିନ୍ଧି ବର୍ଷାରେ ଯିବାବେଳେ ଆପଣଙ୍କ ପୋଷାକ ଅଣ୍ଟା ପର୍ଯ୍ୟନ୍ତ ଓଦା ହେବନାହିିଁ, କିନ୍ତୁ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଆପଣ ଓଦା ହୋଇଯିବେ। କେବଳ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଏହାକୁ ଯୁବପିଢ଼ି ପସନ୍ଦ କରୁଛନ୍ତି। ଯେଉଁମାନେ ସଟ୍ସ ପିନ୍ଧୁଛନ୍ତି, ସେମାନେ ଚାହିଁଲେ ଏହାକୁ ପିନ୍ଧି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri