Categories: ଜାତୀୟ

ଭାରତ ଗସ୍ତରେ ଆସିଥିବା ଅଜୟ ବଙ୍ଗା କରୋନା ପଜିଟିଭ

ନୂଆଦିଲ୍ଲୀ,୨୪ ।୩: ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ପାଇଁ ନୋମିନେଟ ହୋଇଥିବା ଭାରତୀୟ ଅଜୟ ବଙ୍ଗା ବିଶ୍ୱ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି । ହେଲେ ନୂଆଦିଲ୍ଲୀ ପହଞ୍ଚିବା ପରେ ସେ ନିୟମିତ ପରୀକ୍ଷା ପରେ କରୋନା ପଜିଟିଭ ଥିବା ଜଣାପଡିଛି । ଏବେ ସେ ଆଇସୋଲେସନରେ ଅଛନ୍ତି । ଏହି ସୂଚନା ଆମେରିକା ବାଣିଜ୍ୟ ବିଭାଗ ଗୁରୁବାର ଦେଇଛି ।
ଭାରତରେ ଗତ ଦୁଇ ସପ୍ତାହରେ ଇନଫ୍ଲୁଏନଜା ଓ କୋଭିଡ-୧୯ ସଂକ୍ରମଣରେ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅପଡେଟ ହୋଇଥିବା ସଂଖ୍ୟା ଅନୁଯାୟୀ, ଦେଶରେ ୧,୧୩୪ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହାକୁ ନେଇ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭,୦୨୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ନୂଆଦିଲ୍ଲୀରେ ବୁଧବାର ସୁଦ୍ଧା ୫.୦୮ ପ୍ରତିଶତ ସକରାତ୍ମକ ସଂଖ୍ୟା ସହ କରୋନା ଭାଇରସର ୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Share