କେମିୟୋ ରୋଲ ପାଇଁ ବି ହାଇ ଡିମାଣ୍ଡ କରନ୍ତି ଅଜୟ!

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଅଜୟ ଦେବଗନ । ତାଙ୍କର ଆଉ ଦ୍ୱିତୀୟ ପରିଚୟର ଆବଶ୍ୟକତା ନାହିଁ । ୨ ଏପ୍ରିଲ, ୧୯୬୯ରେ ଜନ୍ମ ନେଇଥିବା ଅଜୟ ଫିଲ୍ମ ‘ଫୁଲ ଔର କାଣ୍ଟେ’ରୁ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେବେଠାରୁ ଏବେ ପର୍ଯ୍ୟନ୍ତ ବଲିଉଡରେ ଆକ୍ଟିଭ ଅଛନ୍ତି ଅଜୟ । ପ୍ରତିବର୍ଷ ତାଙ୍କ ହାତରେ ରହୁଛି କିଛି ନା କିଛି ଅଫର । ତେବେ ବଲିଉଡ କ୍ୟାରିୟର ଭଳି ସେ ତାଙ୍କ ଲାଇଫଷ୍ଟାଇଲକୁ ବି ବେଶ ସଜେଇ କରି ରଖିଛନ୍ତି । କୁାହାଯାଏ ଅଜୟ ବଲିଉଡରେ କାମ ଆରମ୍ଭ କରିବା ଦିନରୁ ନିଜ ଚରିତ୍ର ଉପରେ ପୂର୍ଣ୍ଣ ଧ୍ୟାନ ଦେଇଥାଆନ୍ତି । ଏହାସହ ଛୋଟମୋଟ ଚରିତ୍ର ହେଲେ ବି ସେ ଏହାପାଇଁ ଭଲ ଦାମ ଡିମାଣ୍ଡ କରିଥାଆନ୍ତି ।
ଅଜୟଙ୍କ ନିକଟରେ ରହିଛି ୬ ସିଟର ଏକ ପ୍ରାଇଭେଟ ଜେଟ ଯାହାର ଦାମ୍ ୮୪ କୋଟି ଟଙ୍କା ହେବ ବୋଲି କୁହାଯାଏ । ଏହାର ନାମ ରହିଛି ହକର ୮୦୦ । ତାଙ୍କର ରୋଜଗାର ବି ବେଶ ଭଲ । ପ୍ରତି ବ୍ରାଣ୍ଡର ଫି ବାବଦରେ ସେ ଅତିକମରେ ୨ କୋଟି ଟଙ୍କା ନେଇଥାଆନ୍ତି । ଏହାସହ ଫିଲ୍ମରେ ଅଭିନୟ ପାଇଁ ସେ ୩୦-୫୦ କୋଟି ଟଙ୍କା ଦାବି କରିଥାଆନ୍ତି । ମୁଖ୍ୟ ରୋଲରେ ଅଭିନୟ ପାଇଁ ସେ କୁଆଡେ ମୋଟା ଅଙ୍କ ଦାବି କରନ୍ତି ବୋଲି କୁହାଯାଉଛି । ନିକଟରେ ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ରେ ଏକ କେମିୟୋ ରୋଲ ପାଇଁ ଅଜୟ ୧୧ କୋଟି ଟଙ୍କା ଡିମାଣ୍ଡ କରିଥିଲେ । ସେହିପରି ‘ଆର୍‌ଆର୍‌ଆର୍‌’ରେ ବି କେମିୟୋ ରୋଲ ପାଇଁ ସେ ୨୫ କୋଟି ଟଙ୍କା ଡିମାଣ୍ଡ କରିଥିଲେ ବୋଲି କୁହାଯାଏ ।
ଅଜୟଙ୍କର ମୁମ୍ବାଇ ନିକଟ ଜୁହୁରେ ଏକ ବହୁତଳ ପ୍ରାସାଦ ରହିଛି । ଯାହାର ନାମ ରହିଛି ଶିବଶକ୍ତି । ସେ ଏଠାରେ ତାଙ୍କ ସମ୍ପୂର୍ଣ୍ଣ ପରିବାର ସହ ରହୁଛନ୍ତି । ଏହାର ଦାମ ପାଖାପାଖି ୩୦ କୋଟି ଟଙ୍କା ହେବ ବୋଲି କୁହାଯାଏ । ଏହା ଦେଖିବାକୁ ଖୁବ୍ ସୁନ୍ଦର । ଏଥିରେ ସ୍ୱିଇମିଙ୍ଗ ପୁଲ, ମିନି ଥିଏଟର, ଲାଇବ୍ରେରୀ ଓ ସ୍ପାର୍ଟସ ରୁମ ବି ରହିଛି ।

Share