ପୁଅଙ୍କ ଜନ୍ମଦିନରେ ସୁନ୍ଦର ଫଟୋ ଶେୟାର କଲେ ଅଜୟ ଦେବଗନ

ମୁମ୍ବାଇ: ଅଜୟ ଦେବଗନ ହିନ୍ଦୀ ଫିଲ୍ମର ଏମିତି ଜଣେ ଅଭିନେତା, ଯିଏ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟକୁ ସହଜରେ ଜିଣିନିଅନ୍ତି। ଯଦି ଆମେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସିଦ୍ଧ ପାରିବାରିକ ଅଭିନେତା ବିଷୟରେ କହିବା, ତେବେ ଅଜୟଙ୍କ ନାମ ଶୀର୍ଷରେ ରହିବ।

ଅଭିନେତ୍ରୀ କାଜଲଙ୍କୁ ବିବାହ କରିବାର ୨୪ ବର୍ଷ ପରେ ମଧ୍ୟ ଅଜୟ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ସୁଖମୟ ଜୀବନ ଅତିବାହିତ କରୁଛନ୍ତି। ୧୩ ସେପ୍ଟେମ୍ବର ଅର୍ଥାତ୍‌ ଆଜି ଦେବଗନଙ୍କ ପୁଅ ୟୁଗ୍‌ଙ୍କ ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ ଅଜୟ ସୋସିଆଲ ମିଡିଆରେ ତାଙ୍କ ପୁଅର ଏକ ସୁନ୍ଦର ପଟୋ ଶେୟାର କରି କ୍ୟାପ୍‌ଶନରେ ଲେଖିଛନ୍ତି, ସେ ମୋ’ କୋଳରେ ଦୀର୍ଘଦିନ ଧରି ବଢ଼ିଚାଲିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ମୋ ପୁଅ, ଟିକିଏ ଶୀଘ୍ର ବଢ଼। ମୋର ପ୍ରିୟ। ଯାହା ଏବେ ଖୁବ୍‌ ଭାଇରାଲ ହେଉଛି।

Share