ଫିଲ୍ମ ‘ଭୋଳା’ରେ ନଜର ଆସିବେ ଅଜୟ ଦେବଗନ, ଟିଜର ରିଲିଜ୍‌

ଅଭିନେତା ଅଜୟ ଦେବଗନ ଆଜିକାଲି ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଅଜୟଙ୍କ ଫିଲ୍ମ ‘ଦୃଶ୍ୟମ-୨’ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ରେକର୍ଡ କରୁଛି। ଏହି ସମୟରେ ଅଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୋଳା’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ଦର୍ଶକ ଦେଖିବା ପରେ ବେଶ୍‌ ପସନ୍ଦ କରିଥିବା ଜଣାପଡିଛି। ଅଜୟ ଦେବଗନ ସୋମବାର ଫିଲ୍ମର ମୋସନ ପୋଷ୍ଟର ଶେୟାର କରିଥିଲେ। ଆସନ୍ତାବର୍ଷ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଉଛି। ଫିଲ୍ମରେ ଅଜୟଙ୍କ ବ୍ୟତିତ ତବୁ,ସଞ୍ଜୟ ମିଶ୍ର, ଦୀପକ ଡୋବ୍ରିଆଲ ଆଦି ଷ୍ଟାର୍‌କାଷ୍ଟ ରହିଛନ୍ତି।

Share