ପୁଣି ଏକାଠି କାମ କରିବେ ରୋହିତ-ଅଜୟ

ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଏବଂ ଅଭିନେତା ଅଜୟ ଦେବଗନଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ। ରୋହିତ ଏବଂ ଅଭିନେତାଙ୍କ ଫିଲ୍ମ ‘ସିଙ୍ଘମ’ ଏବଂ ‘ସିଙ୍ଗହମ’ ରିଟର୍ନସ୍‌ ବକ୍ସ ଅଫିସରେ ସଫଳତା ପାଇବା ପରେ ଏବେ ଦୁହେଁ ପୁଣି ଏକାଠି କାମ କରିବେ। କୁହାଯାଉଛି କି, ‘ସିଙ୍ଘମ-୩’ ପରଦାକୁ ଆସିବ। ଏହାର କାମ ୨୦୨୩ ଏପ୍ରିଲରେ ଆରମ୍ଭ କରାଯିବ। ଏ ନେଇ ଏକ ସାକ୍ଷାତକାରରେ ରୋହିତ ଶେଟ୍ଟୀ ନିଜେ ପ୍ରକାଶ କରିଛନ୍ତି ଯେ, ସେ ଶୀଘ୍ର ସିଙ୍ଘମ ପାଇଁ ଶୁଟିଂ ଆରମ୍ଭ କରିବେ। ଅଜୟ ଦେବଗନଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ। ହେଲେ ବର୍ତ୍ତମାନ ଅଜୟ ଆଗାମୀ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି। ତେଣୁ ଏପ୍ରିଲରେ ‘ସିଙ୍ଘମ-୩’ର ଶୁଟିଂ ଆରମ୍ଭ କରିବେ। ତେବେ ‘ସିଙ୍ଘମ-୩’କୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି। ‘ସିଙ୍ଘମ’ ଏବଂ ‘ସିଙ୍ଗହମ’ ରିଟର୍ନସ୍‌କୁ ମଧ୍ୟ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

Share