୧୦୦ କୋଟି କ୍ଲବରେ ସାମିଲ ହେଲା ‘ଭୋଲା’

ମୁମ୍ବାଇ: ଅଜୟ ଦେବଗନ ଓ ତବ୍ବୁ ଷ୍ଟାରର ମୁଭି ‘ଭୋଲା’ ଫାଇନାଲି ଗ୍ଲୋବାଲି ବକ୍ସ ଅଫିସରେ ୧୦୦ କୋଟି ବ୍ୟବସାୟ କରିବାର ସଂଖ୍ୟାକୁ ପାର କରିଯାଇଛି। ଏହି ମାଇଲ ଷ୍ଟୋନକୁ ପାର କରିବାକୁ ଫିଲ୍ମକୁ ୧୭ ଦିନ ସମୟ ଲାଗିଛି। ‘ଭୋଲା’ ଏବେ ତୃତୀୟ ସପ୍ତାହରେ ଓ ଫିଲ୍ମ ପାଇଁ ସଲମାନଙ୍କ ‘କିସି କା ଭାଇ କିସି କି ଜାନ’(୨୧ଏପ୍ରିଲରେ ରିଲିଜ)ର ରିଲିଜ ପୂର୍ବରୁ ଘରୋଇ ବକ୍ସ ଅଫିସରେ ବି କୌଣସି କମ୍ପିଟିଶନ ନଜର ଆସୁନାହିଁ। ଏମିତିବି ଫିଲ୍ମ ତୃତୀୟ ଓ୍ବିକରେ ୮୦କୋଟିରୁ ଅଧିକ ଘରୋଇ ନେଟ ବିଜନେସ କରିପାରେ।

୧୬ ଦିନର ବ୍ୟବସାୟ କଥା ଯଦି ଆଲୋଚନା କରାଯାଏ ତେବେ ତୃତୀୟ ଶୁକ୍ରବାରରେ ଅଜୟ ଦେବଗନଙ୍କ ମୁଭି ‘ଭୋଲା’ ଘରୋଇ ବକ୍ସ ଅଫିସରେ ୧.୮୦କୋଟି ଟଙ୍କା ବ୍ୟବସାୟ କରିଥିଲା। ଏହାସହ ଫିଲ୍ମର ମୋଟ ଆୟ ଏବେ ୮୦.୨୯ କୋଟି ହୋଇଯାଇଛି। ଏପଟେ ‘ଭୋଲା’ର ଓ୍ବାର୍ଲଡ ଓ୍ବାଇଡ ଗ୍ରସ କଲେକସନ ୧୦୧.୫୦ କୋଟି ହୋଇଯାଇଛି।
ଶାହାରୁଖ ଖାଁଙ୍କ ଆକ୍ସନ ମୁଭି ‘ପଠାନ’, ରଣବୀର କପୁରଙ୍କ ରୋମ କମ ‘ତୁ ଝୁଠି ମେ ମକ୍କାର’ ପରେ ‘ଭୋଲା’ ସାରା ବିଶ୍ୱରେ ୩ ଅଙ୍କ ଅତିକ୍ରମ କରିଥିବା ତୃତୀୟ ବଲିଉଡ ମୁଭି ପାଲଟି ଯାଇଛି। ସୂଚନାଯୋଗ୍ୟ, ପଠାନ ଗ୍ଲୋବାଲି ୧୦୦୦ କୋଟି ଟଙ୍କାରୁ ଅଧିକ ବିଜନେସ କରିଥିଲା। ସେହିପରି ରଣବୀର କପୁର ଓ ଶ୍ରଦ୍ଧା କପୁର ଷ୍ଟାରର ରୋମାଣ୍ଟିକ କମେଡି ‘ତୁ ଝୁଠି ମେ ମକ୍କାର’ ସାରା ବିଶ୍ୱରେ ୨୦୦ କୋଟିରୁ ଅଧିକ ଆୟ କରିଥିଲା।

Share