ଅଜୟ ଦେବଗନ୍‌ଙ୍କ କିଣିଲେ ନୂଆ ଘର: ଦାମ୍‌ ରହିଛି…

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କର ଜୁହୁରେ ଏକ ସୁନ୍ଦର ବଙ୍ଗଳା ଅଛି। ଏଠାରେ ସେ ତାଙ୍କ ପରିବାର ସହିତ ରୁହନ୍ତି। ଏକ ଇନଡୋର ଜିମ ବ୍ୟତୀତ ଏହି ଘରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ଅଛି। ଏବେ ଅଜୟ ତାଙ୍କ ଘରକୁ ଏକ ନୂଆ ଲୁକ ଦେବାକୁ ଚାହୁଁଛନ୍ତି। ସେ ତାଙ୍କ ଜୁହୁ ବଙ୍ଗଳାକୁ ନବୀକରଣ କରିବାକୁ ଚାହୁଁଥିବାରୁ ନିକଟରେ ସେ ୬୦ କୋଟି ଟଙ୍କାର ଏକ ନୂଆ ଘର କିଣିଛନ୍ତି। ଅଜୟଙ୍କ ନୂଆ ଘର ୫୯୦ ବର୍ଗ ଉପରେ ବିସ୍ତାର ହୋଇଛି। ଏହି ବଙ୍ଗଳା ତାଙ୍କ ପୁରୁଣା ଘର ଶକ୍ତିଠାରୁ ଅଳ୍ପ ଦୂରରେ। ଏହି ବଙ୍ଗଳା ଜୁହୁର କାପୋଲ କୋ-ଅପରେଟିଭ ହାଉସିଂ ସୋସାଇଟି ଲିମିଟେଡରେ ଅବସ୍ଥିତ। ଅଜୟ ଦେବଗନ ଗତ ନଭେମ୍ବର-ଡିସେମ୍ବରରେ ଏହି ବଙ୍ଗଳା କିଣିଥିଲେ। ଅଜୟ ଦେବଗନଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଖୁବଶୀଘ୍ର ତାଙ୍କୁ ‘ମୈଦାନ’ ଏବଂ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

Share