Advertisement

ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ‘ଦେ ଦେ ଫ୍ୟାର ଦେ’

ମୁମ୍ବାଇ,୧୮।୫: ଅଜୟ ଦେବଗନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ଦେ ଦେ ପ୍ୟାର ଦେ’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଜୟ ଦେବଗନ ନଜର ଆସିଥିବା ବେଳେ ଏଥିରେ ତବ୍ବୁ ଓ ରକୁଲ ପ୍ରୀତ ନଜର ଆସିଛନ୍ତି। ବଲିଉଡ୍‌ର ଅଲରାଉଣ୍ଡର କୁହାଯାଉଥିବା ଅଜୟଙ୍କ ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଧମାଲ୍‌ ମଚାଇଛି। ରିଲିଜ୍‌ ହେବାର ପ୍ରଥମ ଦିନରେ ଏହି ଫିଲ୍ମ ବକ୍ସ ଅଫିସରେ ୧୦କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଲାଣି। ତବ୍ବୁ ଅଜୟଙ୍କ ଏକ୍ସ-ଓ୍ବାଇଫ ହୋଇଥିବା ବେଳେ ସେ ନିଜଠାରୁ କମ୍‌ ବୟସର ଝିଅ ରକୁଲ ପ୍ରୀତଙ୍କୁ ଭଲପାଇ ବସିଥିବା କାହାଣୀ ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି। ଫିଲ୍ମର କାହାଣୀ ଦମ୍‌ଦାର ହୋଇଥିବା ବେଳେ ଏହାର ଗୀତ ଦର୍ଶକଙ୍କ ମନକୁ ଜିଣିପାରିଛି। ତେବେ ଆଗକୁ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ଆଶା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share