ଏକାଠି ନଜର ଆସିବେ ଅଜୟ ଦେବଗନ-ଦୀପିକା

ମୁମ୍ବାଇ: ଅଜୟ ଦେବଗନ ଏବଂ ରୋହିତ ଶେଟ୍ଟୀ ପୁଣି ଥରେ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୦୩ରେ ଡେବ୍ୟୁ ଫିଲ୍ମ ‘ଜମିନ’ ପରଠାରୁ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ଅନେକ ହିଟ୍‌ ଦେଇଛନ୍ତି। ‘ସିଂହମ’ ଏବଂ ‘ସିଂହମ ରିଟର୍ନସ’ର ସଫଳତା ପରେ ବର୍ତ୍ତମାନ ଅଜୟ ଦେବଗନ ଏବଂ ରୋହିତଙ୍କ ଯୋଡି ତୃତୀୟ ଫିଲ୍ମ ଘୋଷଣା କରିଛନ୍ତି।

Singham Again

ଚଳିତ ବର୍ଷ ଅଗଷ୍ଟରୁ ଫିଲ୍ମଟି ଫ୍ଲୋର୍‌କୁ ଯିବା ପାଇଁ ସ୍ଥିର ହୋଇଛି। କେବଳ ଏତିକି ନୁହେଁ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇଛି।
ଏକ ରିପୋର୍ଟ ଅନୁଯାୟୀ, ନିର୍ମାତା ଫିଲ୍ମର ରିଲିଜ ତାରିଖକୁ ଲକ୍‌ କରିଛନ୍ତି। ଏହା ପ୍ରଥମେ  ୨୦୨୪ ଦିପାବଳୀ ଅବସରରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ଅଗଷ୍ଟ ୧୫ରେ ରିଲିଜ ହେବା ନେଇ ଯୋଜନା ରହିଛି। ଏଭଳି ପରିସ୍ଥିତିରେ ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ କରିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଉକ୍ତ ଦିନରେ ରକ୍ଷାବନ୍ଧନ ପଡୁଥିବାରୁ ଛୁଟି ଯୋଗୁ ଜବରଦସ୍ତ ଲାଭ ମିଳିବ।

‘ସର୍କସ’ର ‘କରେଣ୍ଟ ଲଗା’ର ଗୀତ ଶୁଭାରମ୍ଭ ସମୟରେ ରୋହିତ ଶେଟ୍ଟୀ ଏହି ଘୋଷଣା କରିଛନ୍ତି ଯେ, ଦୀପିକା ପାଦୁକୋନଙ୍କୁ ‘ସିଂହମ ଏଗେନ୍‌’ ପାଇଁ ଚୟନ କରାଯାଇଛି। ପ୍ରଥମ ଥର ପାଇଁ ରୋହିତଙ୍କ ଫିଲ୍ମରେ ଦୀପିକା ପୋଲିସ କର୍ମୀ ଭୂମିକାରେ ନଜର ଆସିବେ। ପରଦାରେ ଦୀପିକା ପାଦୁକୋନ ଏବଂ ଅଜୟ ଦେବଗନଙ୍କୁ ଏକାଠି ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri