ଖୁବଶୀଘ୍ର ଆସିବ ‘ରେଡ ୨’: ରହିବ ଅତର ବ୍ୟବସାୟୀ ପିୟୁଷ ଜୈନଙ୍କ କାହାଣୀ!

ମୁମ୍ବାଇ: ବଲିଉଡରେ ଏବେ ଟ୍ରେଣ୍ଡ ଚାଲିଛି ବାୟୋପିକ୍ ସାଙ୍ଗକୁ ସିକ୍ୟୁଏଲ । ଏହା ବ୍ୟତୀତ ବଲିଉଡ୍ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ସତ ଘଟଣାକୁ ନେଇ ଏବେ ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ କରୁଛନ୍ତି । ଏବେ ଶୁଣିବାକୁ ମିଳିଛି କି ଉତ୍ତର ପ୍ରଦେଶର ଅତର ବ୍ୟବସାୟୀ ପିୟଷ ଜୈନଙ୍କ ଘରେ କରବ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଚଢାଉ ପରେ ତାଙ୍କ ଘରୁ କୋଟି କୋଟି ଟଙ୍କା ସହ ଦାମୀ ଘର ଓ ସୁନା ଅଳଙ୍କାରର ଠିକଣା ମିଳିଛି । କୁହାଯାଉଛିକି ଏବେ ପିୟୁଷ ଜୈନଙ୍କ ଏହି ଘଟଣାକୁ ନେଇ ଏକ ଫିଲ୍ମର ଘୋଷଣା କରାଯାଇଛି । ନିର୍ଦ୍ଦେଶକ କୁମାର ମଙ୍ଗତ ପାଠକ ଉତ୍ତର ପ୍ରଦେଶ କାନପୁର ଓ କନ୍ନୌଜରେ ପିୟୁଷଙ୍କ ଘର ଉପରେ କରାଯାଇଥିବା ଚଢଉକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । କୁମାର ମଙ୍ଗତ ପାଠକ ଏହି ଚଢାଉକୁ ନେଇ ‘ରେଡ ୨’ ନାମକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ସେ କହିଛନ୍ତି ତାଙ୍କ ଫିଲ୍ମ ‘ରେଡ’ରେ ସେ ଦେଖାଇଥିଲେ ପାଚିରୀରେ କେମିତି ଟଙ୍କା ରଖାଯାଇଥିଲା । ଏବେ ପିୟୁଷଙ୍କ ପାଚିରୀରୁ ସେମିତି କୋଟି କୋଟି ଟଙ୍କା ମିଳିବା ତାଙ୍କୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆହୁରି ଉତ୍ସାହିତ କରିଛି ବୋଲି ସେ କହିଛନ୍ତି । ଆଗାମୀ ଫିଲ୍ମରେ ବି ସେ ଏହି ଦୃଶ୍ୟ ରଖିବେ ବୋଲି କହିଛନ୍ତି । ୨୦୦୮ରେ ଆସିଥିବା କୁମାର ମଙ୍ଗତ ପାଠକଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଅଜୟ ଦେବଗନ । ଏଥିରେ ସେ ଜଣେ ଆୟକର ଅଧିକାରୀ ଭୂମିକାରେ ନଜର ଆସିଥିଲେ । ଏହାକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ତେବେ ଏଥର ‘ରେଡ ୨’ରେ ଅଜୟ ଦେବଗନ ଆସିବେ କି ନା ତାହା ନିର୍ଦ୍ଦେଶକ ସ୍ପଷ୍ଟ କରି ନାହାନ୍ତି ।

Share