ଚର୍ଚ୍ଚାରେ ଅଜୟ ଦେବଗନଙ୍କ ଫଟୋ

ବଲିଉଡ ଇଣ୍ଡଷ୍ଟ୍ରିର ସିଂଘମ ତଥା ଅଜୟ ଦେବଗନ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି ବରଂ ଜଣେ ଭଲ ଫ୍ୟାମିଲିମ୍ୟାନ୍‌ ମଧ୍ୟ। ସେ ପ୍ରାୟତଃ ସ୍ତ୍ରୀ କାଜଲ, ଝିଅ ନ୍ୟାସା ଏବଂ ପୁଅ ୟୁଗଙ୍କ ସହ ପୋଷ୍ଟ ଶେୟାର କରନ୍ତି। ନିକଟରେ ଅଜୟ ପୁଅ ୟୁଗଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯାହା ଭାଇରାଲ ହେଉଛି। ଫଟୋରେ ଏହା ଦେଖିବାକୁ ମିଳେ ଯେ, ବାଲକୋନୀରେ ୟୁଗ ପିତା ଅଜୟଙ୍କ ସହ ଲଢୁଛନ୍ତି ଏବଂ ଦୁହେଁ ପରସ୍ପରର ଆଖିରେ ଚାହିଁ ରହିଛନ୍ତି।
ଏହି ଫଟୋ ପୋଷ୍ଟ କରି ଅଜୟ ଏକ ମହତ କଥା କହିଛନ୍ତି, ଯାହା ମାଧ୍ୟମରେ ସେ ଜଣେ ପିତାଙ୍କ ଅର୍ଥ ବୁଝାଇବାକୁ ଚେଷ୍ଟା କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଏକମାତ୍ର ଯୁଦ୍ଧ ଯାହା ପିତା ପ୍ରତ୍ୟେକ ଥର ହାରିବାକୁ ଚାହାଁନ୍ତି।
ଅଜୟଙ୍କୁ ଶେଷ ଥର ପାଇଁ ୨୦୨୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଦୃଶ୍ୟମ ୨ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଫିଲ୍ମଟି ୨୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ଏବେ ଅଜୟ ଦେବଗନଙ୍କୁ ନିଜ ନିର୍ଦ୍ଦେଶନା ଦେଇଥିବା ଫିଲ୍ମ ଭୋଲାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୨୦, ୨୦୨୩ରେ ପ୍ରେକ୍ଷାଳୟକୁ ଆସିବ।

Share