ରିଲିଜ ହେଲା ‘ଦୃଶ୍ୟମ ୨’ର ସସପେନ୍ସରେ ଭରପୁର ଟିଜର

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେମଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଦୃଶ୍ୟମ ୨’ର ଟିଜର ରିଲିଜ୍ ହୋଇଛି । ୨୦୧୫ରେ ଆସିଥିବା ଅଜୟଙ୍କ ଫିଲ୍ମ ‘ଦୃଶ୍ୟମ’ର ସଫଳତା ପରେ ମେକର୍ସ ଏହାର ପାର୍ଟ ୨ ବା ସିକ୍ୟୁଏଲ ନେଇ ଆସିଛନ୍ତି । ସସପେନ୍ସରେ ଭରପୁର ଦୃଶ୍ୟମ ୨ର ଏହି ଟିଜରକୁ ଦେଖିବା ପରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ଆହୁରି ବଢିଯାଇଛି । ଏହାସହ ଟିଜରରେ ଅଜୟ ତାଙ୍କ ଭୁଲ ସ୍ୱୀକାର କରୁଥିବା ଦେଖାଯାଇଛି ।

ହିନ୍ଦୀ ସିନେମାର ସବୁଠାରୁ ଦମଦାର କଳାକାରଙ୍କ ମଧ୍‌ୟରେ ଜଣେ ଅଜୟ ଦେବଗନ ଗୁରୁବାର ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମ ଦୃଶ୍ୟମ ୨ର ରିକଲ ଟିଜର ରିଲିଜ କରିଛନ୍ତି । ଏହାକୁ ରିକଲ ଏଥିପାଇଁ କୁହାଯାଉଛି କାରଣ ଏହି ଭିଡିଓରେ ଅଧିକାଂଶ ଦୃଶ୍ୟ ପାର୍ଟ ୧ର ସିନକୁ ଦେଖିବାକୁ ମିଳୁଛି । ମିରା ଦେଶମୁଖଙ୍କ ଏକ ମାତ୍ର ପୁଅ ସମିର ଦେଶମୁଖ ବିଜୟ ସଲଗାଁଓକର ପରିବାକୁ ଏକ ଝଡ ଭାବେ ଆସିଥିଲା । ଆଉ ତା’ଠାରୁ ରକ୍ଷା ପାଇବାକୁ ସଲଗାଁଓକର ପରିବାର ଏହି ଝଡ଼ର ସାମ୍ନା କରିଛନ୍ତି । ଏହାରି ଭିତରେ ସମିରର ମୃତ୍ୟୁ ହୋଇଯାଇଛି ।
ପାର୍ଟ ୱାନରେ ଏହି ମର୍ଡର ମିଷ୍ଟ୍ରିକୁ ସସପେନ୍ସରେ ରଖି ବିଜୟ ଓ ତାଙ୍କ ପରିବାର ପୋଲିସଠାରୁ ଖସି ଯାଉଛନ୍ତି । ହେଲେ ଦୃଶ୍ୟମ ୨ରେ ସଲଗାଁଓକର ପରିବାରର ମାମଲା ପୁଣିଥରେ ରି ଓପନ ହେଉଛି । ଏହି ଟିଜରରେ ଅଜୟ ଦେବଗନ କହୁଛନ୍ତି, ମେରା ନାମ ବିଜୟ ସଲଗାଁଓକର ହୈ ଓøର ୟେ ମେରା କନଫେଶନ ହୈ’ । ଦୃଶ୍ୟମ ୨ର ଏହି ସାନଦାର ଟିଜରକୁ ସୋସିଆଲ ମିଡିଆରେ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଟିଜରକୁ ଶେୟାର କରି ଅଜୟ ଲେଖିଛନ୍ତି, ବିଜୟ ଓ ତାଙ୍କ ପରିବାରର କାହାଣୀ ଆପଣଙ୍କର ମନେ ଥିବ ନିଶ୍ଚୟ । ଏହା ଆପଣଙ୍କୁ ପୁଣିଥରେ ମନେ ପକାଇ ଦେଉଛି । ଦୃଶ୍ୟମ ୨ରେ ଅଜୟ ଦେବଗନ, ସାଉଥ୍ ଆକ୍ଟ୍ରେସ ଶ୍ରେୟା ଶରଣ, ଇତିଶା ଦତ୍ତ, ତବ୍ୱୁ ଓ ଅକ୍ଷୟ ଖାନ୍ନା ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ଆସନ୍ତା ନଭେମ୍ବର ୧୮ରେ ଦୃଶ୍ୟମ ୨ ରିଲିଜ୍ ହେବ ।

Share