‘ଦୃଶ୍ୟମ-୨’ ଟିଜର୍‌ ରିଲିଜ୍‌

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ପ୍ରଶଂସକମାନେ ଉତ୍ସାହର ସହିତ ଏହାର ଦ୍ୱିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ନିର୍ମାତା ଫିଲ୍ମର ଦ୍ୱିତୀୟ ଭାଗ ‘ଦୃଶ୍ୟମ-୨’ ପ୍ରସ୍ତୁତ କରିଛନ୍ତି। ଏହାର ଟିଜର ରିଲିଜ୍‌ ହୋଇଯାଇଛି। ଫିଲ୍ମର ଏହି ଟିଜର ଅଭିନେତା ଅଜୟ ଦେବଗନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଟିଜର ଶେୟାର କରି କ୍ୟାପସନରେ ସେ ଲେଖିଛନ୍ତି, ବିଜୟ ଏବଂ ତାଙ୍କ ପରିବାରର କାହାଣୀ ଆପଣଙ୍କ ମନେ ରଖିଛନ୍ତି ନା ମନେପକେଇ ଦେବେ। ନଭେମ୍ବର ୧୮, ୨୦୨୨ରେ ‘ଦୃଶ୍ୟମ-୨’ ସିନେମା ଘରକୁ ଆସିବ।
ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଏହି ଫିଲ୍ମର ପ୍ରଥମ ଭାଗ ୨୦୧୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ କାମାତ। ଅଜୟଙ୍କ ବ୍ୟତୀତ ଶ୍ରୀୟା ସରଣ, ତବୁ, ଇଶିତା ଦତ୍ତା ଫିଲ୍ମର ପ୍ରଥମ ଭାଗରେ ନଜର ଆସିଥିଲେ। ଏହି ଫିଳ୍ମଟି ମୋଟ ୬୭.୧୭ କୋଟି ବ୍ୟବସାୟ କରିଥିଲା।

Share