ଗଲଓ୍ବାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ

ଗଲଓ୍ବାନ ଘାଟିରେ ହୋଇଥିବା ଭାରତ ଏବଂ ଚୀନ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର କାହାଣୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏଲ୍‌ଏସିରେ ୨୦ ଭାରତୀୟ ଯବାନଙ୍କ ବଳିଦାନର କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ। ଏ ନେଇ ସିନେ ସମୀକ୍ଷକ ତରୁଣ ଆଦର୍ଶ ଟୁଇଟ୍‌କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ନାମକରଣ ହୋଇନାହିଁ। ତେବେ ଏଥିରେ କେଉଁମାନେ ଅଭିନୟ କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ପୂର୍ବରୁ ଦେଶଭକ୍ତି ଉପରେ ଅନେକ ସିନେମା ନିର୍ମାଣ ହୋଇଛି। ଯେମିତିକ, ଏଲଓସି କର୍ଗିଲ, ତାଣାଜି, ଦି ଲିଜାଣ୍ଡ ଅଫ୍‌ ଭଗତ ସିଂ ଆଦି।

Share