Categories: ଜାତୀୟ

ଅଜୟ ଦେବଗନଙ୍କ ଗାଡ଼ିକୁ ମୁମ୍ବାଇରେ ଅଟକାଇଲେ ଆନ୍ଦୋଳନକାରୀ

ମୁମ୍ବାଇ,୩।୩ : ବଲିଉଡ ଅଭିନେତା ଅଜୟ ଦେବଗନଙ୍କ କାରକୁ ମୁମ୍ବାଇରେ ଜଣେ ବ୍ୟକ୍ତି ୧୫ ମିନିଟ୍‌ ପାଇଁ ଅଟକାଇ ଦେଇଥିଲେ। ଗତ ମାସରେ ଆମେରିକାନ ପପ୍‌ ଷ୍ଟାର ରିହାନ୍ନା କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ବାହାରିଥିବା ସେଲିବ୍ରିଟିଙ୍କ ମଧ୍ୟରେ ଥିଲେ ଏହି ଅଭିନେତା। ଗୋରେଗାଓଁ ସ୍ଥିତ ଫିଲ୍ମ ସିଟି ବାହାରେ ଘଟିଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଜୟଙ୍କୁ ଇଙ୍ଗିତ କରି ”ଏହି ଅଭିନେତା ପଞ୍ଜାବ ବିରୋଧୀ। ପଞ୍ଜାବ ତାଙ୍କୁ ଖାଦ୍ୟ ଦେଉଛି। ସେହି ଖାଦ୍ୟ କେମିତି ହଜମ ହେଉଛି। ପଞ୍ଜାବକୁ କେମିତି ବିରୋଧ କରିପାରିବ ? ତୁମେ ଫିଲ୍ମରେ ପଗଡ଼ି କାହିଁକି ପିନ୍ଧୁଛ? ତୁମକୁ ଲାଜ ଲାଗୁ ନାହିଁ “ ବୋଲି ଆନ୍ଦୋଳନକାରୀ ବ୍ୟକ୍ତି କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

Share