ରିଲିଜ୍‌ ପୂର୍ବରୁ ବିବାଦ ଘେରରେ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ’

ମୁମ୍ବାଇ: ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ପ୍ରତୀକ୍ଷିତ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ’ ଅକ୍ଟୋବର ୨୪ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଜୟ ଦେବଗନ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ରାକୁଲ ପ୍ରୀତ ସିଂ ଆସି ଷ୍ଟାର୍‌କାଷ୍ଟ ଅଛନ୍ତି। ଫିଲ୍ମର ଟ୍ରେଲର ସେପ୍ଟେମ୍ବର ୯ରେ ମୁକ୍ତିଲାଭ କରିଥିଲା। ସେହି ଟ୍ରେଲରରେ ଦେଖାଯାଇଛି ଯେ, ମୃତ୍ୟୁ ପରେ ସମସ୍ତଙ୍କ ପାପ ଏବଂ ଗୁଣକୁ ଗଣନା କରୁଥିବା ପ୍ରଭୁ ଚିତ୍ରଗୁପ୍ତ ଏବଂ ମୃତ୍ୟୁ ପରେ ପ୍ରାଣ ନେଉଥିବା ଯମଦେବତା ଆଧୁନିକ ପୋଷାକରେ ଚିତ୍ରିତ ହୋଇଥିଲେ। ଯାହାକୁ ଦେଖିବା ପରେ ଏବେ ଫିଲ୍ମକୁ ନେଇ ଏବେ ବିବାଦ ଦେଖାଯାଇଛି। ଏହି ଫିଲ୍ମଟି ଧାର୍ମିକ ଧାରଣା ଏବଂ ଦେବତାମାନଙ୍କୁ ପରିହାସ କରି ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି। ପ୍ରଥମେ ଫିଲ୍ମର କଳାକାର ଓ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଅଭିଯୋଗ ଦାଖଲ କରାଯାଇଥିଲା। ଏବେ କର୍ନାଟକରେ ହିନ୍ଦୁ ସଂଗଠନ ଫିଲ୍ମକୁ ବ୍ୟାନ୍‌ କରିବାକୁ ଦାବି କରିଛନ୍ତି।

Share