Categories: ଖେଳ

ପାଣ୍ଡ୍ୟାଙ୍କ ମଜା ଉଡାଇଲେ ଅଜୟ ଜାଡେଜା: କହିଲେ- ସେ ଜଣେ ଭଲ ଖେଳାଳି ହେଲେ…

ନୂଆଦିଲ୍ଲୀ,୬।୧୨: ନିକଟରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଲଗାତାର ଭାବେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ଧରି ଗୁଜରାଟ ଜବରଦସ୍ତ ପ୍ରଦର୍ଶନ କରିଥିଲା। ବିଶେଷକରି ଡେବ୍ୟୁ ସିଜନରେ ଦଳ ଟୁର୍ନାମେଣ୍ଟରେ ବିଜେତା ହୋଇଥିବା ବେଳେ ଦ୍ୱିତୀୟରେ ଫାଇନାଲରେ ପ୍ରବେଶ କରିଥିଲା। ଏଭଳିସ୍ଥିତିରେ ହାର୍ଦ୍ଦିକ ଗୁଜରାଟ ଛାଡ଼ିବାକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏବେ ବିଶ୍ୱକପ୍‌ ସମୟରେ ଆଫଗାନିସ୍ତାନ ଟିମ୍‌ର ମେଣ୍ଟର ଥିବା ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ପାଣ୍ଡ୍ୟାଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ବିଶ୍ୱକପ ୨୦୨୩ରେ ହାର୍ଦ୍ଦିକ ଭଲ ପ୍ରଦର୍ଶନ କରୁଥିଲେ। ହେଲେ ଆହତ ହେବା କାରଣରୁ ସେ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଥିଲେ। ଏବେ ଅଜୟ ତାଙ୍କର ଆଘାତକୁ ନେଇ ସେ ଜଣେ ବିଲକ୍ଷଣ ଖେଳାଳି। ହେଲେ ମଇଦାନରେ ସେ ବହୁତ କମ୍‌ ନଜର ଆସିଥାନ୍ତି ବୋଲି ସେ କହିଛନ୍ତି।

ଅଧିନାୟକ ରୋହିତ ଶର୍ମାଙ୍କ ପରେ ପାଣ୍ଡ୍ୟା ଭାରତୀୟ ଟିମ୍‌ର ସୀମିତ ଓଭର ଟିମର ନେତୃତ୍ୱ ନେଇପାରନ୍ତି ବୋଲି କୁହାଯାଉଛି। କାରଣ ରୋହିତଙ୍କ ଅନୁପସ୍ଥିତିରେ ପାଣ୍ଡ୍ୟା ଟି୨୦ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଏଣୁ ସେ ଆସନ୍ତା ବର୍ଷ ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାର ଆୟୋଜନରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ହେବାର ସମ୍ଭାବନା ରହିଛି।

Share