Categories: ଜାତୀୟ

ଭାଜପାରେ ଯୋଗଦେଲେ ଏଏପି ନେତା ଅଜୟ କୋଠିୟାଲ

ଡେରାଡୁନ୍‌,୨୪।୫: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଅବସରପ୍ରାପ୍ତ କଲୋନେଲ୍‌ ଅଜୟ କୋଠିୟାଲ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ରାଜ୍ୟ ଭାଜପା ସଭାପତି ମଦନ କୌଶିକଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି।

ଗତ ବିଧାନସଭା ନିର୍ବାଚନରେ ଉତ୍ତରାଖଣ୍ଡରେ ବଡ଼ ସଫଳତା ହାସଲ କରିବ ବୋଲି ଏଏପି ଲକ୍ଷ୍ୟ ରଖିଥିଲା। ସେଥିପାଇଁ ସମସ୍ତ ୭୦ ଆସନରେ ଦଳ ପ୍ରାର୍ଥୀ ଦେବା ସହ କୋଠିୟାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା।

Share