Categories: ଜାତୀୟ

ଅଜୟ ମାକେନ୍‌ ହେଲେ କଂଗ୍ରେସ କୋଷାଧ୍ୟକ୍ଷ

ନୂଆଦିଲ୍ଲୀ,୨ା୧୦(ପି.ଟି.): ପଓ୍ବନ କୁମାର ବଂଶଲଙ୍କ ସ୍ଥାନରେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍‌ଙ୍କୁ ଦଳର ନୂଆ କୋଷାଧ୍ୟକ୍ଷ ଭାବେ ରବିବାର ନିଯୁକ୍ତି ଦିଆଯାଇଛି। ରାଜସ୍ଥାନ ଦାୟିତ୍ୱରେ ଥିବା ମାକେନ୍‌ କିଛି ମାସ ପୂର୍ବରୁ ଦଳର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କ ହାତରେ କୌଣସି ପଦବୀ ନ ଥିଲା। ମାକେନ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ଭାବେ ଜଣାଶୁଣା।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖାର୍ଗେ ମାକେନ୍‌ଙ୍କୁ ଏଆଇସିସି କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିବା ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏକ ବିବୃତିରେ କହିଛନ୍ତି। ବିଦାୟୀ କୋଷାଧ୍ୟକ୍ଷ ବଂଶଲଙ୍କ ଅବଦାନକୁ ଦଳ ପ୍ରଶଂସା କରିଛି। ଅହମଦ ପଟେଲଙ୍କ ପରଲୋକ ପରେ ବଂଶଲ ଅନ୍ତରୀଣ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଥିଲେ।

Share