Categories: ଜାତୀୟ

କେଜରିଓ୍ବାଲଙ୍କୁ ଟାର୍ଗେଟ କଲେ ଅଜୟ ମାକନ

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକନ ଦିଲ୍ଲୀ ସହ ଜଡିତ କେନ୍ଦ୍ରର ଅଧ୍ୟାଦେଶ ପ୍ରସଙ୍ଗକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ଓ ତାଙ୍କ ଦଳ ମଧ୍ୟରେ ଜାରି ରହିଥିବା ତୁତୁମେମେ ଭିତରେ ଏଏପିକୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରି ମାକନ କହିଛନ୍ତି, ଏବେ ସ୍ପଷ୍ଟ ହୋଇଯାଇଛି ଯେ ଭାରତୀୟ ଜନତା ପାର୍ଟି(ଭାଜପା) ସହ କିଏ ହାତ ମିଳାଇଛି।
ଏଏପି ଯେତେବେଳେ କହିଛି ଯେ କେନ୍ଦ୍ରର ଅଧ୍ୟାଦେଶକୁ ନେଇ ଯେ ପର୍ଯ୍ୟନ୍ତ କଂଗ୍ରେସ ତା’ର ମତ ସ୍ପଷ୍ଟ ନ କରିଛି ସେପର୍ଯ୍ୟନ୍ତ କଂଗ୍ରେସ ଉପସ୍ଥିତିରେ ହେଉଥିବା ବିରୋଧୀଦଳ ବୈଠକରେ ଏଏପି ଯୋଗ ଦେବ ନାହିଁ। ଏହାପରେ ମାକନ ଏଏପିକୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ମାକନ ଆହୁରି ମଧ୍ୟ ଦାବି କରିଛନ୍ତି ଯେ କେଜରିଓ୍ବାଲ ଜେଲ ଯିବାରୁ ରକ୍ଷା ପାଇବାକୁ ଏମିତି କରୁଛନ୍ତି।

Share