ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ବିଜେତା ହେଲେ ଅଜୟ ସିଂ

ମୁମ୍ବାଇ,୨୩ ।୧୧: ବେଶ୍ କିଛି ଦିନର ପ୍ରତିଯୋଗୀତା ପରେ ଶେଷରେ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ବିଜେତା ଘୋଷଣା କରାଯାଇଛି । ଶୋ’ରେ ଟାଇଗର ପପ୍ ନାମରେ ଜଣାଶୁଣା ଡ୍ୟାନ୍ସର ଅଜୟ ସିଂ ଏଥରର ବିଜେତା ହୋଇଛନ୍ତି । ଏଥିପାଇଁ ତାଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ଚେକ୍ ଓ ଏକ ମାରୁତି ସୁଜୁକି ବ୍ରିଜା କାର୍ ମଧ୍ୟ ଉପହାର ମିଳିଛି । ଟପ୍ ୫ରେ ଥିବା ୫ଜଣ ବିଜେତାଙ୍କ ମଧ୍ୟରେ ଅଜୟ ବାଜି ମାରିଥିଲେ । କଠିନ ପରିଶ୍ରମ ଓ ଏକାଗ୍ରତା ତାଙ୍କୁ ଏଇ ସଫଳତା ଆଣି ଦେଇଥିବା ସେ ପ୍ରକାଶ କରିଛନ୍ତି । ଗରିବ ପରିବାରର ଅଜୟ ବିଜେତା ହେବା ପରେ ତାଙ୍କ ଆଖିରେ ଏବେ ଆଖିଏ ସ୍ୱପ୍ନ । ଆଗକୁ ମଧ୍ୟ ସେ ତାଙ୍କ ଡ୍ୟାନ୍ସ ଜାରି ରଖିବେ ବୋଲି କହିଛନ୍ତି । ଏଥିପାଇଁ ସେ ସମସ୍ତ ଶ୍ରେୟ ତାଙ୍କ ମାଆଙ୍କୁ ଦେଇଛନ୍ତି ।

Share