‘ଥ୍ୟାଙ୍କ ଗଡ’ରେ ବଦଳିଲା ଅଜୟଙ୍କ ଚରିତ୍ରର ନାମ

ମୁମ୍ବାଇ: ବଲିଉଡରେ ‘ ଓ ମାଇଁ ଗଡ’ ଓ ‘ପିକେ’ ଭଳି ଧାର୍ମିକ ବିଷୟ ବସ୍ତୁକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ଭଳି ଖୁବଶୀଘ୍ର ଅଭିନେତା ଅଜୟ ଦେବଗନ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ରିଲିଜ୍ ହେବାକୁ ଯାଉଛି । ମୁଭିରେ ଜଣେ ବ୍ୟକ୍ତିଙ୍କ ପାପ-ପୂର୍ଣ୍ଣ୍ୟର କାହାଣୀକୁ ଦର୍ଶାଯାଇଛି । ହେଲେ ଟିଜର ରିଲିଜ୍ ହେବା ପରେ ଏହା ବିବାଦକୁ ଚାଲି ଆସିଥିଲା । ଏହାପରେ ମେକର୍ସ ଏଥିରେ କିଛି ସୁଧାର ଆଣିବାକୁ ପ୍ରୟାସ କରିଛନ୍ତି ।
‘ଥ୍ୟାଙ୍କ ଗଡ’ରେ ଅଜୟ ଦେବଗନ ଚିତ୍ରଗୁପ୍ତ ଚରିତ୍ରରେ ନଜର ଆସିବାର ଥିଲା । ହେଲେ ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଆପତ୍ତି ଉଠାଇଥିଲେ । ବିବାଦ ଉପୁଜିବା ପରେ ମେକର୍ସ ଏଥିରେ କିଛି ପରିବର୍ତ୍ତନ କରିବା କଥା ଚିନ୍ତା କରିଥିଲେ । ଏବେ ନିର୍ମାତା ଅଜୟଙ୍କ ଚରିତ୍ରର ନାମ ଚିତ୍ରଗୁପ୍ତକୁ ପରିବର୍ତ୍ତନ କରି ସିଜି ରଖିଥିବା ଜଣାପଡିଛି । ଏହାସହ ଯମରାଜକୁ ବଦଳାଇ ଦେଇ ୱାଇଡି ରଖାଯାଇଛି । ଫିଲ୍ମର ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏହି ପରିବର୍ତ୍ତକୁ ନେଇ ସୂଚନା ଦେଇଛନ୍ତି । ଯେତେବେଳେ ମୁଭି ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ(ସିବିଏଫସି)ନିକଟକୁ ସାର୍ଟିଫିକେଟ ପାଇଁ ପଠଯାଇଥିଲା ସେତେବେଳେ ଏଥିରେ କିଛି ପରିବର୍ତ୍ତନ କରାଯାଇଥିଲା । ଏହାସହ ଫିଲ୍ମରେ ଯେିଁ ସିନକୁ ନେଇ ଆପତ୍ତି ଉଠିଥିଲା ସେଥିରେ ବି କିଛି କାଟ ଛାଟ କରାଯାଇଥିବା ସୂଚନା ରହିଛି ।

Share